Take a fresh look at your lifestyle.

କୋଣାର୍କ ଉତ୍ସବ ଅବସରରେ ଝୋଟି ଚିତା କାର୍ଯ୍ୟକ୍ରମ

0 21

କୋଣାର୍କ – ରାଜୀବ ଗାନ୍ଧୀ ସୋସିଆଲ ଓ୍ବଲଫର ଅର୍ଗାନାଇଜେସନ ପକ୍ଷରୁ ରାଜ୍ୟ ପର୍ଯ୍ୟଟନ ବିଭାଗର ସହାୟତାରେ କୋଣାର୍କ ଉତ୍ସବ ଅବସରରେ ଝୋଟି ଚିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପାରମ୍ପାରିକ କଳା ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁଁ ଆୟୋଜକଙ୍କ ପକ୍ଷରୁ ଏହି ପ୍ରୟାସ କରାଯାଇଥିଲା ।

କୋଣାର୍କ ଉତ୍ସବର ଅବ୍ୟବହିତ ପୂର୍ବରୁ ନଭେମ୍ବର ୩୦ ଗୁରୁବାର ପୂର୍ବାହ୍ନରେ ମା ଭଗବତୀଙ୍କ ପୀଠରେ ସ୍ଥାନୀୟ ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ  ଛାତ୍ରୀମାନଙ୍କୁ ନେଇ ଝୋଟି ଚିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଏକ ଶହରୁ ଅଧିକ ମହିଳା ଓ ଛାତ୍ରୀ ଯୋଗଦେଇଥିଲେ। ପ୍ରତ୍ୟେକ ନିଜ ନିଜ ଝୋଟି ଚିତାରେ ଓଡ଼ିଶାର ପାରମ୍ପାରିକ କଳାକୁ ନିଖୁଣ ଭାବେ ପ୍ରସ୍ତୁତ କରିଥିଲେ । ଏଥିରେ ମାଣବସା ଗୁରୁବାର, ପଞ୍ଚୁକ, ବାରମାସରେ ତେର ପର୍ବ ଝଲକ ପ୍ରସଫୁଟିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସାମାଜିକ ସଂଗଠନ ଅର୍କଶ୍ରୀର ସମ୍ପାଦକ ଉମେଶ ଚନ୍ଦ୍ର ସ୍ବାଇଁ, ସୋଲାର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ସାଧନାର ସମ୍ପାଦକ ହରଶଚନ୍ଦ୍ର ଦାଶ, ନିହିଡାର ସମ୍ପାଦକ ଭକ୍ତବିହାରି ମିଶ୍ର ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ରାଜୀବ ଗାନ୍ଧୀ ସୋସିଆଲ ଓ୍ବଲଫର ଅର୍ଗାନାଇଜେସନ ସମ୍ପାଦକ ଅଜିତ୍ କୁମାର ମଲ୍ଲିକ ଓ ଉପଦେଷ୍ଟା ବୃକ୍ଷ ମଣିଷ ଲିଙ୍ଗରାଜ ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.