Take a fresh look at your lifestyle.

ରୋଟାରୀ କ୍ଲବ ରାଜଧାନୀ ପକ୍ଷରୁ ଗୋପବନ୍ଧୁ ଟାଉନ ହଲ ଠାରେ “ସାହିତ୍ୟ ସମ୍ଭାର ସମାବେଶ”

0 2

Get real time updates directly on you device, subscribe now.

ଢେଙ୍କାନାଳ – ରୋଟାରିକ୍ଲବ ରାଜଧାନୀ, ଭୁବନେଶ୍ୱର ଆନୁକୂଲ୍ୟରେ ଅବାହିକା ନାରୀକଵି ରୋଟାରିଆନ ସସ୍ମିତା ଦାଶ ଙ୍କ ଆବାହକତ୍ୱ ରେ 19.11.2023 ରବିବାର ଦିନ ଢେଙ୍କାନାଳ ଗୋପବନ୍ଧୁ ଟାଉନହଲ ପରିସରରେ “ସାହିତ୍ୟ ସମ୍ଭାର ସମାବେଶ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି |

ଏହି ରାଜ୍ୟ ସ୍ତରୀୟ ସାହିତ୍ୟ ସମାବେଶ ରେ ମୁଖ୍ୟ ଅତିଥି ନେହେରୁ ଯୁବକେନ୍ଦ୍ର ର ଡେପୁଟି ଡିରେକ୍ଟର ଶ୍ରୀଯୁକ୍ତ ଅଶୋକ ଦାଶ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମାଝି, ସମ୍ମାନୀତ ଅତିଥି ଭାବେ “ମାଟିର ସ୍ୱର “ସାହିତ୍ୟ ସଂଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଭାତ ସାହୁ ପ୍ରମୁଖ ଯୋଗ ଦେଇଥିଲେ |

ସଭାପତି ରୋଟାରିଆନ ରୁଦ୍ର ପ୍ରସାଦ ମହାପାତ୍ର ଙ୍କ ସଭାପତିତ୍ୱ ରେ ସମ୍ପାଦକ ରୋଟାରିଆନ ରାକେଶ ମିଶ୍ର କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ |ରୋଟାରିଆନ ସସ୍ମିତା ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ର 15ଗୋଟି ଜିଲ୍ଲା ର ପ୍ରତିଷ୍ଠିତ କବି ଓ ଲେଖକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |

50ଜଣ କବି କବିତାପାଠ କରିଥିଲେ |ରୋଟାରିକ୍ଲବ ରାଜଧାନୀ ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ରେ “ସାହିତ୍ୟ ସମ୍ଭାର ସମାବେଶ “କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା |

କବିତାପାଠ କରିଥିବା କବି ଓ କବୟିତ୍ରୀ ମାନଙ୍କୁ ସ୍ୱତନ୍ତ୍ର ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା lପ୍ରକାଶ ଥାଉ କି ଏହିଭଳି ସାହିତ୍ୟ ସମାବେଶ ଗତ ବର୍ଷ ମଧ୍ୟ ରୋଟାରୀ କ୍ଲବ ରାଜଧାନୀ ତରଫରୁ ଅନୁଷ୍ଠିତ ହୋଇଥିଲା I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.