Take a fresh look at your lifestyle.

ସାମ୍ପ୍ରତିକ ଗବେଷଣା ର ଧାରା ଅନୁଯାଇ ପାଠ୍ୟକ୍ରମ ରେ ପରିବର୍ତନ ରସାୟନ ବିଜ୍ଞାନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନିୟୋଜନ ପାଇଁ ଉପଯୁକ୍ତ କରିବ

0 7

Get real time updates directly on you device, subscribe now.

(ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେଜାତୀୟ ସମ୍ପାନ)

ଢେଙ୍କାନାଳ – ସାମ୍ପ୍ରତିକ ଗବେଷଣା ର ଧାରା ଅନୁଯାଇ ପାଠ୍ୟକ୍ରମ ରେ ପରିବର୍ତନ ରସାୟନ ବିଜ୍ଞାନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନିୟୋଜନ ପାଇଁ ଉପଯୁକ୍ତ କରିବ ବୋଲି ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଅନୁଷ୍ଟିତ ଜାତୀୟ ସମ୍ପାନ ରେ ମତ ପ୍ରକାଶ ପାଇଛି।

ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ ଓ ଓରିଶା କେମିକାଲ ସୋଷାଇଟୀ ସହଭାଗିତା ରେ ଓରିଶା କେମିକାଲ ସୋଷାଇଟୀ ର ୨୮ତମ ଆଞ୍ଚଳିକ ଅଧିବେଶନ ଓ ସାମ୍ପ୍ରତିକ ଗବେଷଣା ର ଧାରା ଅନୁଯାଇ ପାଠ୍ୟକ୍ରମ ରେ ପରିବର୍ତନ ଶୀର୍ଷକ ଜାତୀୟ ସମ୍ପାନ ନଭେମ୍ବର ୧୮ ଓ ୧୯ ତାରିଖ ରେ ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଅନୁଷ୍ଟିତ ହୋଇ ଯାଇଛି।

ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ, ଗବେଷକ, ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମନେ ଅଂଶ ଗ୍ରହଣ କରିଥିଲେ। ଏହି ସମ୍ପାନ ରେ ଆଇଆଇଟି ମାଡ୍ରାସ ର ବରିଷ୍ଠ ପ୍ରଫେସର ଦିଲ୍ଲିପ କୁମାର ଚାନ୍ଦ, ଅଶୋକ କୁମାର ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ର ମହାବିଦ୍ୟାଳୟ ଉନ୍ନୟନ ପରିଷଦ ର ନିର୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ, ବୁର୍ଲା ସ୍ଥିତ ଭାସୁଟ ବିଶ୍ଵବିଦ୍ୟାଳୟ ର ପ୍ରଫେସର ଶରତ କୁମାର ସ୍ୱାଇଁ, ରାଞ୍ଚି ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ସହଯୋଗୀ ପ୍ରଫେସର ବୈରାଗୀ ଚରଣ ମଲ୍ଲିକ, ନାଇଜର ଭୁବନେଶ୍ୱର ର ସହଯୋଗୀ ପ୍ରଫେସର ବିଷ୍ଣୁ ପ୍ରସାଦ ବିଶ୍ଵାଳ, ନିଟ ରାଉଲକେଲା ର ସହଯୋଗୀ ପ୍ରଫେସର ରବୀନ୍ଦ୍ର ବେହେରା ଓ ଶିଳ୍ପ ବୈଜ୍ଞାନିକ ସୁଭାସ ଚନ୍ଦ୍ର ମଲ୍ଲିକ ସମେତ ବହୁ ଗବେଷକ ଏହି ବିଷୟରେ ନିଜ ନିବନ୍ଧ ଉପସ୍ଥାପନ କରିଥିଲେ।

ଏହା ସହିତ ଗୋଷ୍ଟି ଆଲୋଚନା ମଧ୍ୟ ଏହି ବିଷୟରେ ହୋଇଥିଲା। ଏହି ସମ୍ପାନ ରେ ଓରିଶା କେମିକାଲ ଶୋଷାଇଟୀ ର ସଭାପତି ରୂପଶ୍ରି ରାଗିଣୀ ଦାସ, ପୂର୍ବତନ ସଭାପତି ଶଶଧର ସାମଲ, ବିଜୟ କୁମାର ମିଶ୍ର, ସୁରେନ୍ଦ୍ର ନାଥ ମହାନ୍ତି, ଅଜୟ ପଟ୍ଟନାୟକ ଓ ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ବରାଳ ପ୍ରମୁଖ ଭାଗ ନେଇଥିଲେ। ୧୮ ତାରିଖ ଦିନ ସଂଧ୍ୟା ରେ ଅଧ୍ୟାପିକା ସୌମ୍ୟା ନନ୍ଦ ଙ୍କ ତତ୍ତ୍ଵବିଧାନ ରେ ସଙ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଜାତୀୟ ସମ୍ପାନ ର ପରିକଳ୍ପନା ଓ ପରିଚାଳନା ରସାୟନ ବିଜ୍ଞାନ ର ମୁଖ୍ୟ ତଥା ଓରିଶା କେମିକାଲ ସୋଷାଇଟି ର ସମ୍ପାଦକ ଦେବାଶିଷ ମହାନ୍ତି ଙ୍କ ନେତୃତ୍ୱ ରେ ଅନୁଷ୍ଟିତ ହୋଇଥିଲା। ଏହି ସମ୍ପାନ ର ସଫଳତା ପାଇଁ ରସାୟନ ବିଜ୍ଞାନ ବିଭାଗ ର ନୀଳାଦ୍ରି ଦେବତା, ସୁଜାତା ବେହେରା, ସୁପ୍ରଭା ମହାରଣା, ପବିତ୍ର ବେହେରା ବାଣିଜ୍ୟ ବିଭାଗର ସମ୍ବିତ କୁମାର ସାହୁ, ଜିରାଳ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ଅଧ୍ୟାପକ ପ୍ରହଲ୍ଲାଦ ଅଗସ୍ତି ପ୍ରମୁଖ ସହଯୋଗ କରିଥିଲେ।

ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ପ୍ରଥମଥର ଏହି ଧାରଣ ର ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏହା ଅତି ସଫଳ ହୋଇଥିବ ଅତିଥି ମନେ ମତ ପ୍ରକାଶ କରିଥଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.