Take a fresh look at your lifestyle.

ମଠ ପରିସରକୁ ସଫାକଲେ ଆଇୱାର କର୍ମକର୍ତା

0 14

Get real time updates directly on you device, subscribe now.

ଢେଙ୍କାନାଳ: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ,ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପି ସ୍ୱଚ୍ଛତା ସପ୍ତାହ ପାଳନ କରାଯାଉଅଛି । ସେହି ପରିପ୍ରେକ୍ଷୀରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର କର୍ମକର୍ତାମାନେ ଢେଙ୍କାନାଳ ସହରସ୍ଥିତ ଜାଉଁଳିପୋଖରୀ ମଠ ପରିସରକୁ ସଫା କରିଥିଲେ ।

ଏହି ମଠ ପରିସରରେ ଆଇୱାର କର୍ମକର୍ତାମାନେ ପ୍ରତ୍ୟେକ ଦିନ ସକାଳେ ଯୋଗାଭ୍ୟାସ କରନ୍ତି । ଏଣୁ କେବଳ ସ୍ୱଚ୍ଛତା ଅଭିଯାନ ପାଇଁ ନୁହେଁ ବରଂ ଆମର ମଠ ପରମ୍ପରା ଯାହାକି ବହୁ ପୁରାତନ ଏବଂ ଆଗନ୍ତୁକ ଅତିଥିମାନଙ୍କର ଆଶ୍ରୟସ୍ଥଳୀ ଅଟେ, ଏହାକୁ ସଫାସୁତୁରା ରଖିବା ପ୍ରତେକ ଅଂଚଳବାସୀଙ୍କର ଦାୟିତ୍ୱ ବୋଲି ଆଇୱାର ନିଦେ୍ର୍ଦଶିକା ଅନସୂୟା ମିଶ୍ର ମତବ୍ୟକ୍ତ କରିଥିଲେ ।

ଆଇୱାର କର୍ମକର୍ତାମାନେ ପୂର୍ବରୁ ଅନେକ ସମୟରେ ମଠ ପରିସରରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି । ନିଜର ପରିବେଶ କୁ ସଫାସୁତୁରା ରଖିବା ସଙ୍ଗେସଙ୍ଗେ ଏକ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରତିଦିନ ଯୋଗା ଭ୍ୟାସ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଆଇୱାର ଯୋଗପ୍ରଶିକ୍ଷିକା ମନସ୍ୱିନୀ ମିଶ୍ର ମତବ୍ୟକ୍ତ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଆଇୱାର ନିଦେ୍ର୍ଦଶିକା ଅନସୂୟା ମିଶ୍ର, ଉପସଭାପତି ତୃପ୍ତିମୟୀ ଦେବୀ, ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢ଼ୀ, କୋଷାଦ୍ଧକ୍ଷ ତୟୁବ ଅନସାରୀ, ଯୋଗପ୍ରଶିକ୍ଷିକା ମନସ୍ୱିନୀ ମିଶ୍ର ତଥା ଅନ୍ୟମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତେ ଅତି ଆନନ୍ଦ ଅନୁଭବ କଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.