Take a fresh look at your lifestyle.

ଗୁଣ୍ଡିଚାପଡ଼ା ମସଜିଦ ତୌହିଦ୍ ଠାରେ ପବିତ୍ର କୁରଆନ ସପ୍ତାହ ପାଳନ

0 56

ଓଡ଼ାପଡ଼ା : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ମସଜିଦ ତୌହିଦ୍ ଠାରେ ଅହମଦିୟା ମହିଳା ସଂଗଠନ (ଲଜନା ଇମାଇଲ୍ଲାହ୍) ଆନୁକୁଲ୍ୟରେ ୧୩ ଠାରୁ ୧୯ ଜୁଲାଇ ମଧ୍ୟରେ ପବିତ୍ର କୁରଆନ ସପ୍ତାହ ଉଦଯାପିତ ହୋଇଯାଇଛି।ଏହି ଶ୍ରେଣୀରେ ମହିଳା ମାନଙ୍କୁ ପବିତ୍ର କୁରଆନକୁ ଉଚିତ ଉଚ୍ଚାରଣ ସହ ପଢ଼ିବା ପାଇଁ ଶିକ୍ଷା ଦିଆଯାଇଥିଲା, ତଥା ପବିତ୍ର କୁରଆନର ଶିକ୍ଷା ଉପରେ ମହିଳା ବକ୍ତା ମାନେ ଭାଷଣ ଦେଇଥିଲେ ଓ କୁନି କୁନି ପିଲାମାନେ କୁରଆନ ତିଲାୱତ ଓ ନଜମ ଅଥବା ସଂଗୀତ ପରିବେଷଣ କରିଥିଲେ।ଅହମଦିୟା ମହିଳା ସଂଗଠନର ଅଧ୍ୟକ୍ଷା ଫିରାତୁନ ବେଗମ କହିଛନ୍ତି – ସଂପ୍ରତି ବିଶ୍ଵର ଅବସ୍ଥା ଶୋଚନୀୟ ତେଣୁ ଆମର କର୍ତ୍ତବ୍ୟ ଯେ ଆମେ ପବିତ୍ର କୁରଆନର ଶାନ୍ତିମୟ ଶିକ୍ଷା ଉପରେ ଅମଳ କରିବା ଏବଂ ସମାଜରେ ପ୍ରେମ-ଶାନ୍ତି ତଥା ମାନବ ବାର୍ତ୍ତାର ସ୍ଥାପନା କରିବା ଏବଂ ଗୋଟିଏ ଶାନ୍ତିମୟ ସମାଜ ଗଢିବାରେ ଜଣେ ଅନ୍ୟ ଜଣଙ୍କର ସହାୟକ ହେବା। ପବିତ୍ର କୁରଆନର ସରଳ ସୁନ୍ଦର ଓ ଶାନ୍ତିମୟ ଶିକ୍ଷା ଗୁଡ଼ିକୁ ଜାଣିବା ଉଦେଶ୍ୟରେ ଏହି ପବିତ୍ର କୁରଆନ ସପ୍ତାହ ପାଳନ କରାଯାଇ ଅଛି। ଏହି କାର୍ଯ୍ୟକ୍ରମକୁ ଅହମଦିୟା ମୁସଲିମ୍ ମହିଳା ସଂଗଠନର ଉପ ଅଧ୍ୟକ୍ଷା ରୁକସାନା ବିବି, କୋଷାଧ୍ୟକ୍ଷା ପୈରୁନ ବିବି ସହ ଅନ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ।

- Advertisement -

Leave A Reply

Your email address will not be published.