Take a fresh look at your lifestyle.

ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ଶିବିର

0 4

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ଶିବିର ତା୧୮.୦୭.୨୦୨୩ ରିଖ ଓ ୧୯.୦୭.୨୦୨୩ରିଖ ଦୁଇ ଦିନ ଧରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକମାନେ ହେଉଛନ୍ତି ବିଦ୍ୟାଳୟର ଶୃଙ୍ଖଳାର ଚାବିକାଠି ବୋଲି ଦର୍ଶାଇବା ସହିତ କର୍ମ କ୍ଷେତ୍ର ଭିତରେ ଅନ୍ତଃତ ଜଣେ ପିଲାକୁ ଜାତୀୟ ସ୍ତରୀୟ ଖେଳାଳୀ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଯୋଗଦେଇ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ କ୍ରୀଡାର ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା ।

ଅନ୍ୟତମ ଅତିଥି ଭାବେ ସାଧନ କର୍ମୀ ଅକ୍ଷୟ କୁମାର ପଣ୍ଡା, ନରେଶ କୁମାର ମହାରଣା, ପ୍ରଶାନ୍ତ କୁମାର ଧଳ ଓ ସନ୍ତୋଷ କାନୁନ୍ଗୋ ଯୋଗଦେଇଥିଲେ । ଯୋଗ, ଆଥଲେଟ୍, କବାଡି, ଭଲିବଲ୍ ଓ କ୍ରିକେଟ୍ ଖେଳ ଉପରେ ଯୋଗ ପ୍ରଶିକ୍ଷକ ସୁଶିଲ କୁମାର ପଣ୍ଡା, ଆରୋଗ୍ୟ ସଂଗଠନର ଯୋଗ ପ୍ରଶିକ୍ଷକ ମନସ୍ୱିନୀ ମିଶ୍ର, ସୁବ୍ରତ କୁମାର ମିଶ୍ର, ଉମେଶ ଦାସ, ବିପିନି ବିହାରୀ ସାହୁ, ରାମକୃଷ୍ଣ ବେହେରା, ଅନିଲ୍ ନନ୍ଦ, ଦୁଲାରାମ ମୁର୍ମୁ, ତ୍ରିଲୋଚନ ସାହୁ, ଜୀବନ ଜ୍ୟୋତି ବିଶ୍ୱାଳ ଓ ଦୁଷ୍ମନ୍ତ ସେଠି ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୮ଟି ବ୍ଲକ୍ରୁ ୨୧୮ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରଞ୍ଜନ ଦେହୁରୀ, ଜଗନ୍ନାଥ ସାହୁ, ପ୍ରତାପ ସାମନ୍ତ, ପ୍ରଶାନ୍ତ ସାହୁ ଓ ପ୍ରକାଶ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶୁସିଲ୍ କୁମାର ପଣ୍ଡା ସର୍ବଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.