Take a fresh look at your lifestyle.

ଅହମ୍ମଦିୟା ଯୁବ ସଂଗଠନ ପକ୍ଷରୁ ବରିଷ୍ଠ ନାଗରିକ ଗୃହରେ ଖାଦ୍ୟ ସାମଗ୍ରୀ ବଣ୍ଟନ

0 160

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ଅହମ୍ମଦିୟା ମୁସଲିମ ଯୁବ ସଂଗଠନ ତଥା ଅନ୍ତଃରାଷ୍ଟ୍ରୀୟ ରିଲିଫ ସଂସ୍ଥା ହୁମାନିଟି ଫାଷ୍ଟ ପକ୍ଷରୁ ଗୋବିନ୍ଦପୁର ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ସଂଚାଳିତ ବରିଷ୍ଠ ନାଗରିକ ଗୃହରେ ୨୪୦ ପ୍ୟାକେଟ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।
ଅହମ୍ମଦିୟା ମୁସଲିମ ଯୁବ ସଂଗଠନ ଏପରି ଗରିବ ଦିନ ଦରିଦ୍ର ଲୋକଙ୍କ ସେବାକୁ ହିଁ ମାଧବ ସେବା ବୋଲି ବିଶ୍ଵାସ କରି ମାନବ କଲ୍ୟାଣକାରୀ ସେବା କାର୍ଯ୍ୟ କରି ଆସୁଛି । ଏହି କାର୍ଯ୍ୟକ୍ରମରେ ଅହମ୍ମଦିୟା ମୁସଲିମ ପୂର୍ବ ଭାରତର ଉପ ସଭାପତି ସଫାରତ ଖାଁ, ଅହମ୍ମଦିୟା ଯୁବ ସଂଗଠନ ଢେଙ୍କାନାଳ ଜିଲ୍ଲାର ଅଧ୍ୟକ୍ଷ ସଫାକତ ଅଲ୍ଲୀ , ଅହମ୍ମଦିୟା ମୁସଲିମ ଜିଲ୍ଲା ସାମାଜିକ କଲ୍ୟାଣ ସଚିବ ଶେଖ ଜହୀର ତଥା ଅହମ୍ମଦିୟା ଯୁବ ସଂଗଠନ ଗୁଣ୍ଡିଚାପଡ଼ା ର ଅଧ୍ୟକ୍ଷ ମହମୁଦ ଖାଁ ପ୍ରମୁଖ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଯେ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ ସମାଜରେ ପ୍ରେମ ଶାନ୍ତି ଏବଂ ମାନବ ବାର୍ତ୍ତା ର ସ୍ଥାପନା ପାଇଁ ବିଶ୍ବର ୨୦୦ ରୁ ଅଧିକ ଦେଶରେ ପରିଚିତ ତଥା ପ୍ରଶଂସିତ ତଥା “ପ୍ରେମ ସଭିଙ୍କ ପାଇଁ, ଘୃଣା କାହା ପ୍ରତି ନାହିଁ” ଆଦର୍ଶ ବାକ୍ୟ ଟିକୁ ଆଖି ଆଗରେ ରଖି ସମାଜ ସେବା ଓ ଜୀବ କଲ୍ୟାଣରେ ଅଗ୍ରସର।

- Advertisement -

Leave A Reply

Your email address will not be published.