Take a fresh look at your lifestyle.

ରୋଟାରାକ୍ଟ କ୍ଲବ୍ ର ଚତୁର୍ଥ ଅଧିଷ୍ଠାନ ଉତ୍ସବ

0 1

Get real time updates directly on you device, subscribe now.

ଢେଙ୍କାନାଳ: ରୋଟାରାକ୍ଟ କ୍ଲବ୍ ଢେଙ୍କାନାଳର ଚତୁର୍ଥ ଅଧିଷ୍ଠାନ ଦିବସ ରବିବାର ଦିନ ସ୍ଥାନୀୟ ରୋଟାରୀ କ୍ଲବ ଢେଙ୍କାନାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂମିତ କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ।

ରୋଟାରୀ କ୍ଲବ ଢେଙ୍କାନାଳ ର ସଭାପତି ଅବୋଧ ମହାପାତ୍ର ଓ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ ର ଡିଷ୍ଟ୍ରିକ୍ଟ ରୋଟାରାକ୍ଟ ରିପ୍ରେଜେଂଟେଟିଭ୍ ପ୍ରତ୍ୟୁଷ ସାହା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ରୋଟାରୀ କ୍ଲବ ଢେଙ୍କାନାଳ ର ନିଦେ୍ର୍ଦଶକ ୟୁଥ୍ ସର୍ଭିସ ଇପିଲି ଶ୍ରୀଧର ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିଲେ ।

ଏହି ଅବସରରେ ରୋଟାରାକ୍ଟ କ୍ଲବ୍ ଢେଙ୍କାନାଳ ର ନୂତନ ସଭାପତି ଭାବରେ ଶିବପ୍ରସାଦ ସ୍ୱାଇଁ ଓ ନୂତନ ସମ୍ପାଦିକା ଭାବେ ଅମ୍ରିତା ମିଶ୍ର ଦାୟିତ୍ୱ ଗ୍ରହଣ କରିଲେ । ଏହି ଅବସରରେ ୯ ଜଣ ବ୍ୟକ୍ତି ବିଶେଷ ଓ ସଂସ୍ଥା କୁ ବିଭିନ୍ନ କ୍ଷେତ୍ର ରେ ଉଲେଖନୀୟ ଅବଦାନ ହେତୁ ସମ୍ମାନିତ କରାଯାଇଥିଲା ଏବଂ ବଜରଙ୍ଗ କ୍ଲବ ଢେଙ୍କାନାଳ କୁ ସାମାଜିକ କାର୍ଯ୍ୟ ରେ ଉଲେଖନୀୟ କାର୍ଯ୍ୟ ପାଇଁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା ।

 

କ୍ଲବ୍ ତରଫରୁ ଅଧିଷ୍ଠାନ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ବୁଲଲେଟିନ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଲୋପାମୁଦ୍ରା ପରିଚାଳନା କରିଥିବା ବେଳେ ରଞ୍ଜନ, ଅଭିଷେକ, ପ୍ରେମଜିତ୍, ଅବିନାଶ, ଅଭିଳାଷ, ଅମିସା,ଚିନୁ, ସୂମିତ, ଶୁଭମ୍, ଆଶୁତୋଷ, ଅନିଶ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.