Take a fresh look at your lifestyle.

ସଦେଇବରେଣୀ କଳାକୃତି ଗ୍ରାମରେ ନୌକାବିହାର ଉଦଘାଟିତ

0 2

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକର ସଦେଇବରେଣୀ ସ୍ଥିତ କଳାକୃତି ଗ୍ରାମରେ ଏକ ନୌକା ବିହାର ବ୍ୟବସ୍ଥାକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଉଦଘାଟନ କରିଛନ୍ତି l

ଏହି ସ୍ଥାନଟି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ର ରେ ସ୍ୱତନ୍ତ୍ରତା ଲାଭ କରିବ ଏବଂ ତା ସହ ରାଜସ୍ବ ମଧ୍ୟ ବୃଦ୍ଧି ଘଟିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି l

ଏହି ସ୍ଥାନରେ ଡୋକ୍ରାର କାରିଗରି କାମ, ବୁଣାକାର କାମ ପାଇଁ ପ୍ରୋତ୍ସାହନ ଦିଆଯାଉଛି l ତା ସହିତ ତାଲିମ ର ବ୍ୟବସ୍ଥା ମଧ୍ୟ କରାଯାଇଛି l

ଏଠାରୁ ଉତ୍ପାଦିତ ସାମଗ୍ରୀ ର ବିକ୍ରୟ ପାଇଁ ଏଠାରେ ଦୋକାନ ଗୃହମାନ ମଧ୍ୟ ନିର୍ମାଣ କରାଯାଇଛି l ଏହାଛଡା ପର୍ଯ୍ୟଟକ ମାନଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ଏକ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି ଏବଂ ତା ସହ ବତକ ଓ ଠେକୁଆ ମାନଙ୍କୁ ରଖାଯାଇଛି l

ସେମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଘୋଡାସଵାରୀର,ବ୍ୟବସ୍ଥା ମଧ୍ୟ କରାଯାଉଛି I ଏହି ପର୍ଯ୍ୟଟକ ସ୍ଥାନରୁ ଯେପରି ଅଧିକ ରାଜସ୍ବ ଆଦାୟ ହେଇପାରିବ ସେଥିପାଇଁ ଵାୟୋଫ୍ଲକ୍ସ ମାଛ ଚାଷ କରାଯାଉଛି l

ଏହି ସ୍ଥାନଟି ଯେପରି ଅଧିକରୁ ଅଧିକ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଠ କରିପାରିବ ସେଥିପାଇଁ ଯୋଜନା ମାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି I

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାର ବନଖଣ୍ଡ ଅଧିକାରୀ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ(ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର (ରାଜସ୍ବ ),ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଶୋକ କୁମାର ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ଜିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ(ପ୍ରଶାସନ), ଆର.ଡବ୍ଲୁ. ଏସ. ଏସ. ସୁପେରିଟେଣ୍ଡିଙ୍ଗ ଇଞ୍ଜିନିୟର ସୁରେନ୍ଦ୍ର କୁମାର ବେହେରା, ଢେଙ୍କାନାଳ ସଦର ବି. ଡି. ଓ. ସୁଧିର କୁମାର ନାୟକ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.