Take a fresh look at your lifestyle.

ଜିଲ୍ଲା ସକ୍ରିୟ ନାଗରିକ ପରିଷଦର ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

0 1

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗୋପବନ୍ଧୁ ଟାଉନ୍ ହଲ୍ ପରିସରରେ ଥିବା ଆବକ୍ଷ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଜଗତର କଲ୍ୟାଣ ପାଇଁ ନିଜେ ନର୍କରେ ପଡିବାର ସାହସ ଜୁଟାଇ ପାରିଥିବା ସନ୍ଥ ଭୀମଭୋଇଙ୍କ ପରେ ଗୋପବନ୍ଧୁ ହିଁ ଦ୍ୱିତୀୟ ଓଡିଆ ଥିଲେ ଯିଏ ଦେଶର କଲ୍ୟାଣ ଓ ସ୍ୱାଧିନତା ପାଇଁ ନିଜକୁ ମାଟିରେ ମିଶାଇଦେବାର ସାହାସ ପୋଷଣ କରିଥିଲେ । ପରିଷଦର ସଭାପତି ପ୍ରଦୁ୍ୟମ୍ନ ରଥ, ସାଧାରଣ ସଂପାଦକ ରାଜୀବ ଲୋଚନ ସିଂହଦେଓ, ଉପସଭାପତି ଅଖିଳ ମହାପାତ୍ର, ସମୀର ସାହୁ, କବି ବିଦ୍ୟାଧର ବାରିକ, ଏସ ଏ ସଫିକ୍, ଶିଶୁ ମଙ୍ଗଳ କମିଟି ସଦସ୍ୟ କୃଷିଦା ବେଗମ୍, ଅବସରପ୍ରାପ୍ତ ସେନାଧିକାରୀ ନଗେନ୍ କର ଓ ଶିକ୍ଷାବିତ୍ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଢେଙ୍କାନାଳ ସହରରେ କେବଳ ଟାଉନ୍ ହଲ୍ ପରିସରରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତୀ ଥିବାବେଳେ ଏହି ମୂର୍ତୀର ରଙ୍ଗ ଏବଂ ପଛପଟ ଟାଇଲ୍ର ରଙ୍ଗ ସମାନ ରହୁଥିବାରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତୀ ଫଟୋରେ ଆଦୌଁ ଦେଖାଯାଉନାହିଁ । ପୌରସଂସ୍ଥା ପକ୍ଷରୁ ଗୋପବନ୍ଧୁଙ୍କ ମୂର୍ତୀରେ ଧଳାରଙ୍ଗ ଦିଆଗଲେ ଏହି ଅସୁବିଧା ଦୂର ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.