Take a fresh look at your lifestyle.

କାର ଦୁର୍ଘଟଣା ୨ ମୃତ ୩ ଗୁରୁତର

0 1

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ମହୁଲପୁଞ୍ଜି ରାସ୍ତାରେ ଭାରସ୍ୟାମ ହରାଇ ଗଛରେ ପିଟିଲା ଇଣ୍ଡିଗୋ କାର । ଘଟଣା ସ୍ଥଳରେ ୨ ଜଣ ଙ୍କର ମୃତ୍ୟୁ ହୋଇଛି । କାର ଭିତରେ ୫ ଜଣ ଯାଇଥିବା ବେଳେ ୨ ଜଣ ଙ୍କର ମୃତ୍ୟୁ ହୋଇ ଥିବା ବେଳେ ୩ ଜଣ ଗୁରୁତର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିବା ସୂଚନା ମିଳିଛି ।ପ୍ରକାଶ ଯେ ଖୋର୍ଦ୍ଧା ଅଞ୍ଚଳରୁ ଭୋଜି କରିବାକୁ ୫ ଜଣ ସାଙ୍ଗ ଆସି ଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।

ମୃତକ ଦୁଇ ଜଣ ହେଲେ ଖୋର୍ଦ୍ଧା ଅଞ୍ଚଳର ବୈଦେଶ୍ଵର ଗ୍ରାମର ଭାସ୍କର ସାହୁ ଓ ନୟାଗଡ଼ ଜିଲ୍ଲା ଜାମୁସାହି ଗ୍ରାମର ସୋମନାଥ ସାହୁ ୫୦ ବର୍ଷ ବୋଲି ଜଣାପଡିଛି । ଆହତ ୩ ଜଣ ହେଲେ ଖୋର୍ଦ୍ଧା ବୈଦେଶ୍ଵର ଗ୍ରାମର ଶ୍ରୀକାନ୍ତ ବେହେରା, ଶ୍ରୀକାନ୍ତ ମାନସିଂହ ଓ ଦୁଖିଶ୍ୟାମ ସାହୁ ବୋଲି ଜଣାପଡ଼ିଛି । ୨ଟି ଗାଡିର ପ୍ରାୟ ୯ ଜଣ ଭୋଜି କରିବାକୁ ଆସିଥିଲେ । ପିବା ପାଣି ପାଇଁ ନିକଟସ୍ଥ ଭାପୁର ବଜାରକୁ ୫ ଜଣ ବସି ଗୋଟିଏ ଗାଡିରେ ଯାଉ ଥିବା ବେଳେ ଭାରସ୍ୟାମ ହରାଇ ଗାଡ଼ି ଗଛରେ ପିଟି ହୋଇ ଥିଲା । ଘଟଣା ସ୍ଥଳରେ ଅଗ୍ନି ଶ୍ରମ କର୍ମଚରୀ ଓ ସ୍ଥାନୀୟ ଭାପୁର ଫାଣ୍ଡି ଅଧିକାରୀ ପହଞ୍ଚି ଉଧାର କାର୍ଯ୍ୟ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.