Take a fresh look at your lifestyle.

ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ବୈଠକ

0 8

ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ପୁରାତନ ଛାତ୍ର କମିଟି ବୈଠକ ବିଦ୍ୟାଳୟ ସଭାଗ୍ରୃହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ତନୁଶ୍ରୀ ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ୧୯୫୬ ମସିହାରେ ପ୍ରତିଷ୍ଠିତ ଏହି ପୁରାତନ ବିଦ୍ୟାଳୟ ୨୦୦୬ ମସିହାରେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳିତ କରିଛି ।

ଏକଦା ଏହି ବିଦ୍ୟାଳୟରେ ଗଁଦିଆ ତଥା ପାଖ ଆଖି ବ୍ଲକରୁ ଛାତ୍ରଛାତ୍ରୀ ମାନେ ଏଠାରେ ହଷ୍ଟେଲରେ ରହି ପଢୁଥିଲେ । ଏହି ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ। ସରକାରଙ୍କ ୫ଟି ଯୋଜନାରେ ଏହା ସାମିଲ ହୋଇ ପରିବର୍ଦ୍ଧିତ ହୋଇଛି । ଆଜିର ବୈଠକରେ ବିଭିନ୍ନ ବ୍ୟାଙ୍କ ର ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପ୍ରତିବର୍ଷ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଆସନ୍ତା ଜୁଲାଇ ୧୦ତାରିଖ ଦିନ ପ୍ରତିଷ୍ଠା ଦିବସ ପାଳନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏଥି ସହିତ ମୋ ବିଦ୍ୟାଳୟ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। କର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଗୋଟିଏ କମିଟି ଗଠନ କରାଯାଇଛି। କମିଟିର ସଭାପତି ଭାବେ ମନୋଜ ମଞ୍ଜରୀ ଲେଙ୍କା,ଆବାହକ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ,ସଭ୍ୟ ଭାବେ ସରପଞ୍ଚ ଆରତୀ ନାୟକ,ଓ୍ୱ।ର୍ଡ ସଭ୍ୟ ସନ୍ତୋଷ ରାଉତ, ନିହାର ବାନା ରାଉତ, ସାରଙ୍ଗଧର ରାଉତ,ନୀରୋଦ ଚନ୍ଦ୍ର ରାଉତ, ସୁଧାଂଶୁ ଶେଖର ରାଉତ,ଆଲୋକ ରଞ୍ଜନ ରାଉତ, ଲମ୍ବୋଦର ପରିଡା,ଆନନ୍ଦ ଚନ୍ଦ୍ର ମହାନ୍ତି,ଗୈ।ତମ ପ୍ରଧାନ, ହିମାଂଶୁ ଭୂଷଣ ନାୟକ, ସନ୍ତୋଷ ନାୟକ, ଅଶୋକ ରାଉତ,ସୁବ୍ରତ ଲେଙ୍କା,ବିଷ୍ଣୁଙ୍କ ସାହୁ ଓ ସୂର୍ଯ୍ୟକାନ୍ତ ନାୟକ ପ୍ରମୁଖ ମନୋନୀତ ହୋଇଛନ୍ତି।

ବୈଠକରେ ବିଦ୍ୟାଳୟର ଏନସିସି ଶିକ୍ଷକ ଉତ୍ତମ ସାମନ୍ତଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.