Take a fresh look at your lifestyle.

ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହାତ

ଶିକ୍ଷକ ନିଯୁକ୍ତି ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

0 1

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଦିନବନ୍ଧୁପୁର ଅଂଚଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଉଭୟ ନବମ ଓ ଦଶମ ଶ୍ରେଣୀରେ ୧୧୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ପାଠପଢା ନିମନ୍ତେ ୮ଜଣ ଶିକ୍ଷକଙ୍କ ମଧ୍ୟରୁ ୪ଜଣ ଅବସର ନେଇଛନ୍ତି । ଦୁଇଜଣ ବିଜ୍ଞାନ ଶିକ୍ଷକ, ଜଣେ ହିନ୍ଦି ଶିକ୍ଷକ ଓ ଜଣେ ଲେଖାଏଁ କ୍ରୀଡା ଓ କଳା ଶିକ୍ଷକ ରହିଛନ୍ତି । କଳା ଶିକ୍ଷକଙ୍କର ଜୁନ୍ ୩୦ରେ ଅବସର ହେବାର ଅଛି । ତେବେ ତିନିଜଣ ଶିକ୍ଷକରେ ବିଦ୍ୟାଳୟର ଶିକ୍ଷାଦାନ ଆହୁରି ଅସୁବିଧା ସୃଷ୍ଟି କରିବ ।

ବିଦ୍ୟାଳୟରେ ଦୁଇଜଣ କଳା ଶିକ୍ଷକ ନିଯୁକ୍ତି କରିବା ପାଇଁ କଳାଙ୍ଗ ଗ୍ରାମପଂଚାୟତ ସରପଂଚ ବିଶ୍ୱରଞ୍ଜନ ନାୟକ, ଶିଶିର କୁମାର ସାମଲ, ଆଦିକନ୍ଦ କାଣ୍ଡିଆ, ରମେଶ ସାମଲ, ଅକ୍ଷୟ ସାମଲ ପ୍ରମୁଖ ଦିନବନ୍ଧୁପୁରର ଗ୍ରାମବାସୀମାନେ ସୋମବାର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିବା ସହିତ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଲିଖିତ ଭାବେ ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.