Take a fresh look at your lifestyle.

ପ୍ରାଥମିକ ବିଦ୍ୟାଳୟକୁ ସରପଂଚ ଭଡାରେ ଲଗାଇବା ଅଭିଯୋଗ

0 3

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗଦାଶିଳା ଗ୍ରାମପଂଚାୟତର ମହିନ୍ଦ୍ରପୁର ଉ.ପ୍ରା. ବିଦ୍ୟାଳୟର ସରକାର ବନ୍ଦ କରିଦେଇଛନ୍ତି । ବନ୍ଦ ହେବା ପରେ ବିଦ୍ୟାଳୟକୁ ଗଦାଶିଳା ସରପଂଚଙ୍କ ତତ୍ୱାବଧାନରେ ରହିଛି । ସରପଂଚ ଗ୍ରାମ୍ୟ କମିଟିକୁ ନଜଣାଇ ମନମୁଖୀ ଭାବେ ବେସରକାରୀ ସଂସ୍ଥାକୁ ଭଡା ସୂତ୍ରରେ ଦେଇଛନ୍ତି ।

ଗ୍ରାମବାସୀ ଜାଣିବା ପରେ ସରପଂଚଙ୍କୁ ଜଣାଇବା ପରେ ସେ ପୋଲିସ୍ର ଏତେଲା ଦେବାକୁ ଗ୍ରାମବାସୀଙ୍କୁ ଧମକ ଦେଇଥିବା ଜିଲ୍ଲାପାଳଙ୍କୁ ସମୋବାର ଲିଖିତ ଅଭିଯୋଗ କରିଛନ୍ତି । ଭବିଷ୍ୟତରେ ବିଦ୍ୟାଳୟକୁ ପୁନଃ ପ୍ରଚଳନ କରିବା ସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ରହିଥିବାବେଳେ ଗ୍ରାମ୍ୟ କମିଟିର ଅଗଚୋରରେ ସରପଂଚ କିପରି ବେସରକାରୀ ସଂସ୍ଥାକୁ ଭଡାରେ ଦେଇଛନ୍ତି, ତାର ବିଧିବଧ ତଦନ୍ତ କରିବାକୁ ମହିମନ୍ଦ୍ରପୁରର କ୍ଷିରୋଦ ମିଶ୍ର, ସୁବୋଦ ମିଶ୍ର, ଦୀପକ କର, ଅନ୍ତର୍ଯ୍ୟାମୀ ପ୍ରଧାନ, ସୁଶାନ୍ତ କୁମାର ରାଉତ ପ୍ରମୁଖ ଶତାଧିକ ଗ୍ରାମବାସୀ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଓଡାପଡା ବିଡିଓ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ସମ୍ବଲପୁର ଆର୍ଡିସି, ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.