Take a fresh look at your lifestyle.

ସରଗମ୍ ନୃତ୍ୟ ଅନୁଷ୍ଠାନର ମହୋତ୍ସବ ଉଦଯାପିତ

0 3

Get real time updates directly on you device, subscribe now.

ଢେଙ୍କାନାଳ : କେବଳ ପାଠପଢ଼ା ନୁହେଁ । ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଜଣେ ପ୍ରତିଭାବାନ୍ ହୋଇପାରିବେ । ଦେଶ ଓ ରାଜ୍ୟରେ ସୁନାମ ଆଣିପାରିବେ ବୋଲି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ସରଗମ୍ ଡ୍ୟାନ୍ସ ଏକାଡେମୀର ନୃତ୍ୟ ମହୋତ୍ସବରେ ମତବ୍ୟକ୍ତ କରିଛନ୍ତି ।

ଢେଙ୍କାନାଳ ମିନି ଷ୍ଟାଡିୟମ୍ଠାରେ ସୋମବାର ସଂଧ୍ୟାରେ ସରଗମ ନୃତ୍ୟ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସେଠୀ କଳା ସଂସ୍କୃତି କ୍ଷେତ୍ରରେ ଢେଙ୍କାନାଳର ଅବଦାନ ରହିଛି । ଏଠାରେ ବାରମାସରେ ଚାଳିଷ ପର୍ବ ଭଳି ବିଭିନ୍ନ ଉତ୍ସବ ଲାଗି ରହିଥାଏ ।

ଏଠାରୁ ବହୁ ପ୍ରତିଭାବାନ୍ କଳାକାରମାନେ ପରିଶ୍ରମ କରି ଉକ୍ରର୍ଷତା ପ୍ରତିପାଦିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଉତ୍ସବକୁ ଉଦ୍ଘାଟନ କରି ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଢେଙ୍କାନାଳ ଜିଲ୍ଲାର ସରଗମ ନୃତ୍ୟ ଅନୁଷ୍ଠାନ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ବହୁ କଳାକାରଙ୍କୁ ସୃଷ୍ଟି କରିଛି । ଅନୁଷ୍ଠାନର ନୃତ୍ୟଗୁରୁ ସମୀର ପୃଷ୍ଟିଙ୍କ ଅକ୍ଲାନ୍ତ ଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ ।

ସରଗମ୍ ଅନୁଷ୍ଠାନର ସଭାପତି ପୁରୁଷୋତ୍ତମ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ କଳା, ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ସମ୍ମାନିତ ଅତିଥିି ଭାବରେ ଯୋଗଦେଇଥିଲେ । ଗୁରୁ ସମୀର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ସୁଶାନ୍ତ କୁମାର ପାଣି ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରତିଭାଦିପ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଓଡିଶୀ ନୃତ୍ୟ, ଲୋକନୃତ୍ୟ ଓ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.