Take a fresh look at your lifestyle.

କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

0 71

Get real time updates directly on you device, subscribe now.

କୋଣାର୍କ : ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପୂର୍ବାହ୍ନରେ କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ପରିସରରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ସ୍ବାସ୍ଥ୍ୟ ସଚେତନତା ଶିବିରରେ କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଆୟୁଷ ଡାକ୍ତର ବିଦୁଭୂଷଣ ନାୟକ ଉପସ୍ଥିତ ରହି ସଂକ୍ରମିତ, ଅଣସଂକ୍ରମିତ, କୃମି ରୋଗ, ପେଟ ରୋଗ, ମଧୁମେହ ରୋଗ, ଶିଶୁ ରୋଗ, ସ୍ତ୍ରୀ ରୋଗ, ଚର୍ମରୋଗ ଓ ବିଭିନ୍ନ ପ୍ରକାର କ୍ୟାନସର ଇତ୍ୟାଦି ରୋଗ କିଭଳି ନିରୁପଣ କରାଯାଇପାରିବ ଏବଂ ତାସହିତ ଏହି ସବୁ ରୋଗରୁ କିଭଳି ମୁକ୍ତି ପାଇପାରିବା ସେ ସମ୍ପର୍କରେ ସଚେତନତା କରାଯାଇଥିଲା ।

ଏହି ଅବସରରେ ଶିଶୁ ମାନଙ୍କୁ କୃମି ନାଶକ ପାଇଁ କୃମି ଔଷଧ ଦିଆ ଯାଇଥିଲା । ଆସିଥିବା ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ସଚେତନ କରାଯାଇଥିଲା । ନିୟମିତ ବ୍ୟାମ କଲେ ସମସ୍ତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ।

ସେଥିପାଇଁ କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସଚେତନ କରିବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବିଭିନ୍ନ ପ୍ରକାର ଯୋଗାଭ୍ୟାସର ଫଟୋ ଲଗାଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଓ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ସହ ନିୟମ ଭାବେ ଯୋଗାଭ୍ୟାସ ମଧ୍ୟ କରାଯାଇଛି ।

ଏହି ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅବସରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସାଇକଲଥୋନ ଆୟୋଜନ କରାଯାଇଥିଲା । ଏଥିରେ ଶତାଧିକ ଲୋକ ସାମିଲ ହୋଇ କୋଣାର୍କ ବଜାର ଓ ନିକଟସ୍ଥ ଗ୍ରାମ ପରିକ୍ରମା କରିବା ସହ ସ୍ବାସ୍ଥ୍ୟ ସଚେତନତା କରିଥିଲେ । ସାଇକଲ ଚାଳନା ଦ୍ବାରା ଶରୀର ଶୁସ୍ଥ ରହିବା ସହିତ ନିରୋଗ ରହିବ ବୋଲି ଆୟୁଷ ଡାକ୍ତର ଶ୍ରୀ ନାୟକ କହିଥିଲେ ।

ଏହି କାର୍ଯ୍ୟକ୍ରମ କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ସମସ୍ତ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ, ଆଶା ଦିଦି, ଅଙ୍ଗନବାଡି କର୍ମୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.