Take a fresh look at your lifestyle.

ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ନେଇ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁସାଂସ୍କୃତିକ କାର୍ୟ୍ୟକ୍ରମ ସହ ଓଡ଼ିଆ ନବବର୍ଷ ପାଳିତ

0 57

Get real time updates directly on you device, subscribe now.

ମେରାମଣ୍ଡଳୀ: ଟାଟାଷ୍ଟିଲ ମେରାମାଣ୍ଡଳି ପକ୍ଷରୁ ଓଡାପଡା ବ୍ଲକ କୁଶୁପଙ୍ଗା ଠାରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଛି। ଢେଙ୍କାନାଳର ଅତିରିକ୍ତଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଥିବାବେଳେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକା ତଥା କବି ଡ. ହିରଣମୟୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ I

  ଏ ହି କାର୍ୟ୍ୟକ୍ରମରେ ଟାଟାଷ୍ଟିଲ ମେରାମଣ୍ଡଳୀ ପ୍ରତିନିଧି ଡିଆରଆଇର ମୁଖ୍ୟ ବିଦ୍ୟା ପ୍ରସାଦ ଓଟିଏସକେଓଟିଏସଏମର କର୍ପୋରଟ କମୁନିକେସନ ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡା ଯୋଗ ଦେଇ ଥିଲେ। କାର୍ୟ୍ୟକ୍ରମରେ   କୃତି ଛାତ୍ରଛାତ୍ରୀତଥାସଂଗୀତଶିକ୍ଷୟତ୍ରୀଶିବାନୀପ୍ରୟଦର୍ଶିନୀନନ୍ଦଓନୃତ୍ୟଶିକ୍ଷକଜୀତେନ୍ଦ୍ରଷଣ୍ଢଙ୍କୁଅତିଥିମାନେପୁରସ୍କ୍ରତକରିଥିଲେ।
ଏନେଇ ଟାଟାଷ୍ଟିଲ ଫାଉଣ୍ଡେସନ ଦ୍ୱାରା ସପ୍ତାହବ୍ୟାପୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଓଡାପଡା ବ୍ଲକର୨୮ଟି ପଞ୍ଚାୟତଓ ଆଖପାଖ ବିଦ୍ୟାଳୟର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଓଡ଼ିଶାର ସଂସ୍କୃତି, ଇତିହାସ ଓ ପରମ୍ପରା ଉପରେପିଲାଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ ଆୟୋଜିତ ଗୀତ, ନୃତ୍ୟ ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଏହି ସଭାରେ ଶ୍ରୀମହାପାତ୍ର ପାଶ୍ଚାତ୍ୟ ପ୍ରଭାବର ପ୍ରଭାବକୁ ହ୍ରାସକରିବା ସହିତ ଓଡ଼ିଆ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ସାଂସ୍କୃତିକ ବିଶ୍ୱାସ ଓ ପରମ୍ପରା ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।

ଡ. ମିଶ୍ର ଓଡ଼ିଆ ନବବର୍ଷରସାଂସ୍କୃତିକ ମହତ୍ତ୍ୱ, ପଣା, ଚଉରାରେ ବସୁନ୍ଧରା ଠେକାର ପରମ୍ପରା, ପ୍ରକୃତି ଓ ଧାର୍ମିକ ବିଶ୍ୱାସ ସହ ଏହାର ସମ୍ପର୍କରେ ଆଲୋଚନା କରିବାସହ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭାଷା ଓ ସାଂସ୍କୃତିକ ପରିଚୟକୁ ସମ୍ମାନ ଦେବା ସହ ସମ୍ଡଦ୍ଧ କରିବାକୁ ଆହ୍ବାନ ଦେଇଥିଲେ।
ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.