Take a fresh look at your lifestyle.

ଛାତ୍ରନେତା ଦେବୀରଞ୍ଜନ ତ୍ରିପାଠୀ ଏବଂ ସାମ୍ବାଦିକ ରତନ ନାୟାର””ସିଦେ୍ଧଶ୍ୱରୀ ସମ୍ମାନ”ରେ ସମ୍ମାନିତ

0 33

ଢେଙ୍କାନାଳ: ସିଦେ୍ଧଶ୍ୱରୀ କମିଟି ତରଫରୁ ଢେଙ୍କାନାଳ ଜିଲ୍ଲା ପରିଷଦ ଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଢେଙ୍କାନାଳର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନର ସଦସ୍ୟ, ସଦସ୍ୟା, ବିଭିନ୍ନ ଦଳର କର୍ମକର୍ତା ସ୍ୱର୍ଗତ ସିଦେ୍ଧଶ୍ୱରୀଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଉକ୍ତ ସଭାରେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ବାଙ୍କି ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବିହନ ନିଗମ ଅଧ୍ୟକ୍ଷ ବିଜୟ କୁମାର ନାୟକ, ପୂର୍ବତନ ବିଧାୟକ ସରୋଜ କୁମାର ସାମଲ, ବରିଷ୍ଠ ସାମ୍ବାଦିକ ରତନ ନାୟାର, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା ପ୍ରମୁଖ ମଂଚାସୀନ ହୋଇ ତାଙ୍କର ଅଭିଭାଷଣ ରଖିଥଲେ । ମନୋରଞ୍ଜନ ପତି ସଭାପତିତ୍ୱ କରିଥିବାବେଳେ ଲକ୍ଷ୍ମୀକାନ୍ତ ସାହୁ ମଂଚ ପରିଚାଳନା କରିଥିଲେ ।

ସାଗରିକା ମିଶ୍ର ସ୍ୱାଗତଭାଷଣ ଦେଇଥିବାବେଳେ ଦୁର୍ଗା ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ବାଙ୍କି ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତିଙ୍କୁ ଜଣେ ଛାତ୍ର ନେତା ଏବଂ ରତନ ନାୟାରଙ୍କୁ ଜଣେ ସାମ୍ବାଦିକ ରୂପେ “”ସିଦେ୍ଧଶ୍ୱରୀ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ।

ସ୍ମୃତି କମିଟି ତରଫରୁ ରାଜେନ୍ଦ୍ର ପାଣି, ମନୋଜ କୁମାର ଦାସ, ଦିପ୍ତୀରଞ୍ଜନ ସେଠୀ, ଶ୍ରୀମନ୍ତ ପରିଡା, ବିଜୟ କେତନ ସାହୁ, ଲଲାଟ ରଞ୍ଜନ ସାହୁ, ବିଦ୍ୟାଧର ସାହୁ, ଅଥୟ କୁମାର ସାହୁ, ରଞ୍ଜିତ ସେନାପତି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ତାଙ୍କର ସାନଭାଇ ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

- Advertisement -

Leave A Reply

Your email address will not be published.