Take a fresh look at your lifestyle.

ଆଇଆଇଏମସିରେ କାର୍ଟୁନ କର୍ମଶାଳା ଆରମ୍ଭ

0 17

Get real time updates directly on you device, subscribe now.

ଢେଙ୍କାନାଳ, : ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି ), ଢେଙ୍କାନାଳରେ ଆରମ୍ଭ ହୋଇଛି କାର୍ଟୁନ କର୍ମଶାଳା l ଏହି କାର୍ଟୁନ କର୍ମଶାଳାଟି ଦୁଇ ଦିନ ଧରି ଚାଲିବ l ଏଥିରେ ପ୍ରଶିକ୍ଷଣ ଭାବେ ପ୍ରମେୟର ସମ୍ପାଦକୀୟ କାର୍ଟୁନିଷ୍ଟ ନନ୍ଦେଶୁ ରାଓ ଏବଂ ସମ୍ବଦର ସମ୍ପାଦକୀୟ କାର୍ଟୁନିଷ୍ଟ ଦେଵାଶିଷ ସିଂ ପ୍ରଶିକ୍ଷକ ଭାବେ ଯୋଗଦେଇଛନ୍ତି l

କର୍ମଶାଳାଟିରେ ପ୍ରାୟ ତିରିଶ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି l ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ କିପରି କାର୍ଟୁନ ବନାଇବା, ଆରମ୍ଭ କେମିତି କରିଵା ଏ ସମ୍ୱନ୍ଧରେ କେତେକ ସୂତ୍ର ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ l ତା ସହ ରାଜନୈତିକ କାର୍ଟୁନ କ’ଣ, କିପରି ବନାଯାଏ, ଓ ତା ପଛରେ କାହାଣୀ ବିଷୟରେ ଅବଗତ କରାଇଛନ୍ତି l

ଛାତ୍ରଛାତ୍ରୀଙ୍କୁ କେତେକ କାର୍ଟୁନ ସମ୍ବଧୀୟ କାର୍ଯ୍ୟ ସହ ଜଡିତ ରଖାଯାଇଥିଲା l ଏହାପରେ ଅନ୍ୟତମ କାର୍ଟୁନିଷ୍ଟ ଟି ନନ୍ଦେଶୁ କର୍ମଶାଳାକୁ ଆଗକୁ ବଢାଇବା ସହ ଗ୍ରାସ ରୁଟ କମିକ କଣ, ତାକୁ କିପରି କରିବା ଉଚିତ ତାହା ଶିଖାଇଥିଲେ l ଛାତ୍ରଛାତ୍ରୀମାନେ ଏହି କର୍ମଶାଳାରେ କିଛି ନୂଆ ଶିଖିବାକୁ ମିଳୁଛି ବୋଲି କହିଛନ୍ତି l ସହଯୋଗୀ ପ୍ରଶାସନିକ ଅଧିକାରୀ କେଦାରନାଥ ଜେନା ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଛନ୍ତି ଆକେଡେ଼ମିକ କୋରଡିନେଟର ଜିତେନ୍ଦ୍ର ପତି ଓ ଲାଇବ୍ରେରିଆନ ଶୁଭଙ୍କରୀ ଦାସ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.