Take a fresh look at your lifestyle.

ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକଉତ୍ସବ

ନିଜ ଉପରେ ଭରସା ଓ ଦୃଢ ଆତ୍ମ ବିଶ୍ୱାସ ରଖିଲେ ସଫଳତା ମିଳିବ

0 53

Get real time updates directly on you device, subscribe now.

 ଭୁବନ : ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଆଦର୍ଶ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ଭବିଷ୍ୟତରେ ଆଦର୍ଶ ନାଗରିକ ହେବାକୁ ମହେଶ ଙ୍କ ଆହ୍ୱାନଭୁବନ  ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକୋଉତ୍ସବ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁବେଳେ ସକରାତ୍ମକ ଚିନ୍ତାଧାରା ଭାବନା ସହିତ ଦୃଢଆାତ୍ମ ବିଶ୍ୱାସ ଓ ନିଜ ଉପରେ ଭରସା ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି ମତବ୍ୟକ୍ତ କରିଥିଲେ । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଦର୍ଶ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ଭବିଷ୍ୟତରେ ଜଣେ ଜଣେ ଆଦର୍ଶନାଗରିକ ହେବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ଓଡିଶା ଆଦର୍ଶ ବିଦ୍ୟାଳୟ ନୋଡାଲ ପ୍ରିନସପାଲ ,ଢେଙ୍କାନାଳପ୍ରଫୁଲ୍ଲ କୁମାର ମହାନ୍ତି , ଗୋବର୍ଦ୍ଧନ ପୀଠ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦେଇଥିଲେ । ବିଭିନ୍ନବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ।ତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶିକ୍ଷୟିତ୍ରୀ ଶ୍ରୀମତୀ ରୀତାଞ୍ଜଳି ସାହୁ ବାର୍ଷିକ ବିବରଣୀ ମାଧ୍ୟମରେ ବିଦ୍ୟାଳୟର ସଫଳତା ଓ ଅଭାବ ,ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ଶିବାନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଦେବ ପ୍ରସାଦ ସେନ , ପ୍ରଦୀପ୍ତ କୁମାର ବେହେରା ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ପ୍ରଥମ ବାର୍ଷିକ ଉସôବରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇ କାର୍ଯ୍ୟକ୍ରମକୁ ସରସସୁନ୍ଦର କରିଥିଲେ ।ସଂସ୍କୃତ ଶିକ୍ଷକ ଙ୍କୁ ଅବସରକାଳୀନ ସକ୍ତର୍ଦ୍ଧନାଭୁବନ ୧୧.୨- ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଂଚାୟତ ଅନଳ ଗ୍ରାମସ୍ଥିତ ଶ୍ରୀମା ଅରବିନ୍ଦ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଡକ୍ତରୁଧର ସାହୁ ଙ୍କୁ ଅବସରକାଳୀନ ସକ୍ତର୍ଦ୍ଧନା ଦିଆଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସକ୍ତର୍ଦ୍ଧନା ସଭାରେ ଭୁବନ ବ୍ଲକ ୨ ନକ୍ତର ଜୋନ ଜିଲ୍ଲାପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍କୃତ ଶିକ୍ଷକ ଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

ସମ୍ମାନୀତ ଅତିଥି ଭାବେ ବାଲିଗୋରଡ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା , ପୂର୍ବତନପ୍ରଧାନଶିକ୍ଷକ ଅକ୍ଷୟ ନାୟକ, ପୂର୍ବତନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ , ମଧୁସୁଦନ ଦାସ , ଲକ୍ଷ୍ମୀଧର ସାହୁପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.