Take a fresh look at your lifestyle.

ଭୂତଳ ପାଣିଟାଙ୍କି ଶିଳାନ୍ୟାସ

0 4

Get real time updates directly on you device, subscribe now.

ଭୁବନ: ଭୁବନ ଏନଏସି ରେ ଗ୍ରୀଷ୍ମ ଋତୁରେ ଅର୍ଦ୍ଧାଧିକ ଓା୍ୱର୍ଡରେ ପାନୀୟ ଜଳ ସଙ୍କଟ ଦେଖାଦେଇଥାଏ । ଏଥିପାଇଁ ଅପ୍ରେଲ ମାସ ଆରମ୍ଭରୁ ଜୁନ ଶେଷ ୩ ମାସ ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଥାଏ ।

ବର୍ଷକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନୂତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ପ୍ରୟାସ କରି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଜରିଆରେ ସଫଳତା ହାସଲ କରିଛନ୍ତି ।

୩ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଭୂତଳ ପାଣିଟାଙ୍କି ନିମନ୍ତେ ପ୍ରଶାସନିକ ଅନୁମୋଦନ ମିଳିବା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଏଥି ନିମନ୍ତେ ନଡିଆ ଭାଙ୍ଗି ଶିଳାନ୍ୟାସ (ଭୂମି ପୂଜନ) କରିଛନ୍ତି । ବାଜିରାଉତ କଲେଜ ପାଶ୍ୱର୍ରେ ୨ ଏକର ପରିମିତ ଜମିରେ ଏହି ଟାଙ୍କି ନିର୍ମାଣ ହେବ ।

ଫଳରେ ୧ ନମ୍ବର ଓ ୨ ନମ୍ବର ୱାର୍ଡ ର ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ସୂଚନା ଦିଆଯାଇଛି । ଏହି ଭୂମି ପୂଜନ ଉସôବରେ ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀ ସୋନାଲି ନାଏକ , ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ସାହୁ ,କାଉନସିଲର ପପୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.