Take a fresh look at your lifestyle.

ନୂତନ ନିର୍ଦ୍ଦେଶକ ଭାବେ ଶ୍ରୀ ପଙ୍କଜ କୁମାର ଶର୍ମାଙ୍କ ଦାୟିତ୍ୱ ଗ୍ରହଣ

0 6

Get real time updates directly on you device, subscribe now.

ଭୁବନେଶ୍ୱର : ନବରତ୍ନ ଉଦ୍ୟୋଗ ନାଲକୋର ନୂତନ ନିର୍ଦ୍ଦେଶକ(ଉତ୍ପାଦନ)  ଶ୍ରୀ ପଙ୍କଜ କୁମାର ଶର୍ମା,ଆଜିଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଶର୍ମା ଏନ.ଏମ.ଡି.ସି ର ରାୟପୁରସ୍ଥିତ ବିଶ୍ୱ ଅନ୍ୱେଷଣ କେନ୍ଦ୍ର ଠାରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ।

ଏହା ସହିତ ସେ ଏନ.ଏମ.ଡି.ସି ଓ ସି.ଏମ.ଡି.ସି ର ମିଳିତ ଉଦ୍ୟୋଗ ତଥା ବସ୍ତର ରେଲୱେ ପ୍ରାଇଭେଟ ଲିମିଟେଡ଼ର ସି.ଇ.ଓ ରୂପେ ମଧ୍ୟ ଦାଇତ୍ୱ ତୁଲାଇ ଆସୁଥିଲେ।ବି.ଏଚ.ୟୁ-ଆଇ.ଆଇ.ଟି ରୁ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ଶର୍ମା ୧୯୯୨ ରେ ଏନ.ଏମ.ଡି.ସି ଠାରେ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷାର୍ଥୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

ଓପନ କାଷ୍ଟ ମାଇନିଂ ଇଣ୍ଡଷ୍ଟ୍ରିର ବିଭିନ୍ନ ଦିଗରେ କାର୍ଯ୍ୟ କରିବାରେ ତାଙ୍କର ଦକ୍ଷତା ଓ ଅଭିଜ୍ଞତା ରହିଛି। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ସି.ପି.ଏସ.ଇ,ଏନ.ଏମ.ଡି.ସି ରେ ସେ ତିନି ଦଶନ୍ଧିରୁ ଅଧିକ ସମୟ କାର୍ଯ୍ୟ କରିବା ସହିତ ବିଭିନ୍ନ ପଦପଦବୀ ମାନଙ୍କରେ ଚ୍ୟାଲେଞ୍ଜିଂ କାର୍ଯ୍ୟଗୁଡିକ ସଫଳତାର ସହ ନିର୍ବାହ କରିଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.