Take a fresh look at your lifestyle.

ନରେଶ କୁମାର ମହାରଣାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0 185

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାମାକ୍ଷାପ୍ରସାଦ ଇଚ୍ଚ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ନରେଶ କୁମାର ମହାରଣାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ସଦାନନ୍ଦ ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାରଣାଙ୍କର କର୍ତବ୍ୟନିଷ୍ଠ କର୍ମମୟ ଜୀବନର ଆଲେଖ୍ୟ ଉପସ୍ଥାପନ କରିଥିଲେ । ସ୍କାଉଟ୍ ଗାଇଡ୍, ଜୁନିଅର୍ ରେଡ୍କ୍ରସ୍ ଓ କ୍ରୀଡା କ୍ଷେତ୍ରରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ତାଙ୍କର ବହୁତ ଅବଦାନ ରହିବା ସହିତ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପାଇବାରେ ସହାୟକ ହୋଇଥିବାର ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ପୂର୍ବତନ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ସାହୁ, ଡାଳସିଂହା-ମାର୍ଥାପୁର ପ୍ରଧାନଶିକ୍ଷକ ଭ୍ରମରବର ପ୍ରଧାନ, ଅରବିନ୍ଦ ତ୍ରୀପାଠୀ, ଅକ୍ଷୟ କୁମାର ପତି, ମାୟାଧର ସାହୁ, ଶାରୀରିକ ଶିକ୍ଷା ଶିକ୍ଷକ ସଂଘର ସଭାପତି ଉମେଶ ଦାସ, ସମ୍ପାଦକ ସୁବ୍ରତ ମିଶ୍ର, ସୁଶିଲ୍ ପଣ୍ଡା, ବିଦ୍ୟାଳୟର ଚେୟାରମ୍ୟାନ୍ ଅରୁଣ ରାଉତ, ଗ୍ରାମ୍ୟ ସଭାପତି ବ୍ରହ୍ମାନନ୍ଦ ରାଉତ, ଶୈଳେନ୍ଦ୍ର ପଟ୍ଟନାୟକ, ବିଜୟ କୁମାର ନନ୍ଦ, ବିପିନ ବିହାରୀ ଶତପଥୀ, ଅନିଲ୍ ନନ୍ଦ, ଦୁଷ୍ମନ୍ତ ସେଠୀ, ପ୍ରକାଶ ବେହେରା, ଜୀବନଜ୍ୟୋତି ବିଶ୍ୱାଳ, ଅମୀୟ ଧଳ, ବିଦୁର କୁମାର ସାମଲ, ପ୍ରଶାନ୍ତ ଧଳ, ସଦର ବ୍ଲକ୍ ଓଷ୍ଠା ସଂଘର ସଭାପତି ସୁବାଷ ଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗଦେଇ ଶିକ୍ଷକଙ୍କର ଗୁଣଗାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଓ ଶାରିରିକ ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ଉତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

 ଉକ୍ତ ଉତ୍ସବରେ ପ୍ରଥମରୁ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗୋବିନ୍ଦପୁର କ୍ଲଷ୍ଟରର ସିଆର୍ସିସି ପଂଚାନନ ପାଣି ମଂଚ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.