Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

0 50

Get real time updates directly on you device, subscribe now.

ଢେଙ୍କାନାଳ :ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ବୈକୁଣ୍ଠ ବିହାରୀ ସାହାଣି କ୍ରିଡା ଶିକ୍ଷକଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କର ସଭାପତିତ୍ଵତରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରତ୍ନାକର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଶ୍ରୀଯୁକ୍ତ ସାହାଣି ଙ୍କର କର୍ମମୟ ଜୀବନର ଅଲେଖ୍ୟ ଉପସ୍ଥାପନା କରିଥିଲେ ।

ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାସ, ଆଦିକନ୍ଦ ମହାନ୍ତି, ପ୍ରାଧ୍ୟାପିକା ସଂଯୁକ୍ତା ଜେନା ମୁଖ୍ୟ କିରାଣୀ ଶ୍ରୀ ଅଭିମନ୍ୟୁ ବେହେରା ବିଦାୟୀ କ୍ରିଡା ଶିକ୍ଷଙ୍କର ଶିକ୍ଷାନୁଷ୍ଠାନ ଏବଂ ସହକର୍ମୀ ମାନଙ୍କର ସହିତ ଥିବା ସୁସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ ।

ଅନୁଷ୍ଠାନ ତରଫରୁ ଡକ୍ଟର ଶକୁନ୍ତଳା ଭୂୟାଁ ମାନପତ୍ର ପାଠ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ସାହାଣି ନିଜ ଚାକିରି ଜୀବନର ସୁଖ ଦୁଖ ଏବଂ ଅନୁଷ୍ଠାନ ପ୍ରୀତି ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଆବଶ୍ୟକ ସମୟରେ ଅନୁଷ୍ଠାନରେ ଆସି ଉପସ୍ଥିତ ରହିବା ପାଇଁ ପ୍ରତିଶୃତି ବଦ୍ଧ ହୋଇଥିଲେ ।

ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ ଶ୍ରୀ ସାହାଣିଙ୍କର  ଅନୁଷ୍ଠାନ ପ୍ରତି ଥିବା ଅବଦାନକୁ ପୁଙ୍ଖାନୁପୂଙ୍ଖ ଭାବରେ ଆଲୋଚନା କରିବା ସହିତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.