Take a fresh look at your lifestyle.

ପଲ୍ଲିଶ୍ରୀ ମେଳା ମିଲେଟ ମିଶନର ଖାଦ୍ୟ ଷ୍ଟଲରେ ଭିଡ

0 104

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ମିନି ଷ୍ଟାଡିୟମ ରେ ପୁରୁଷ ବିଶ୍ୱ କପ ହକି ଅବସରରେ ଆୟୋଜିତ ପଲ୍ଲିଶ୍ରୀ ମେଳା ଓ ସାଂସ୍କୃତିକ ମହୋସôବରେ ଓଡିଶା ମିଲେଟ୍ ମିଶନର ଏକ ଖାଦ୍ୟ ଷ୍ଟଲ ଖୋଲାଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ଷ୍ଟଲରେ ମାଣ୍ଡିଆରେ ପ୍ରସ୍ତୁତ ଏକ କେକ୍ କାଟି ଖାଦ୍ୟ ମେଳା ଷ୍ଟଲ କୁ ଉଦଘାଟନ କରିଛନ୍ତି ।

ଏହି ମିଲେଟ ଖାଦ୍ୟ ମେଳା ଷ୍ଟଲରେ ମାଣ୍ଡିଆ ବିସ୍କୁଟ, ଲଡୁ, ପକୁଡି, ଜିଲାପି,ବରା, କୋକିଜ, ସେଓ, ନିମିକି, ଛତୁଆ,ମିକ୍ସର,ମାଣ୍ଡିଆ ଆରିସା ପିଠା , କାଙ୍ଗୁ ଚାଉଳ, ଜହ୍ନା ଚୁନା,ମାଣ୍ଡିଆ ଚୁନା, ବାଜରା ଚୁନା ଆଦି ଉପଲବ୍ଧ ହେଉଛି ।

ଜିଲାପାଳ ସରୋଜ କୁମାର ସେଠୀଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟ ଜିଲା କୁଷି ଅଧିକାରୀ ଶରତ କମୁାର ତୋଷ, କୃଷି ବୈଷୟିକ ପରିଚାଳନା ସଂସ୍ଥାର ଉପ ପ୍ରକଳ୍ପ ନିଦେ୍ର୍ଦଶକ ମଧୂସ୍ମିତା ଶତପଥୀ, ମିଲେଟ ୍ ମିଶନର ଜିଲା କାର୍ଯ୍ୟକ୍ରମ ସଂଯୋଜକ ରାକେଶ କୁମାର ସାହୁ,ହିସାବ ରକ୍ଷକ ଜୟରାମ ପ୍ରଧାନ ପ୍ରମୁଖଙ୍କ ସମେତ ସହଯୋଗୀ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମୀ ମାନେ ଷ୍ଟଲ ପରିଚାଳନା କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଲେଟ୍ ଉପରେ ଗୁରୁତ୍ୱାରୋପ କରୁଥିବା ଏବଂ ପ୍ରତି କାର୍ଯ୍ୟାଳୟ ଏବଂ ଜନଗହଳୀ ଜାଗା ମାନଙ୍କରେ ମିଲେଟ ଉତ୍ପାଦିତ ଖାଦ୍ୟ ଉପଲବ୍ଧ ଉପରେ ଘୋଷଣା କରିବା ପରେ ମିଲେଟ ଉପରେ ଲୋକମାନଙ୍କର ଆଗ୍ରହ ବୃଦ୍ଧି ପାଇବା ରେ ଲାଗିଛି । ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ସାଂସ୍କୃତିକ ମହୋସôବରେ ଖୋଲାଯାଇଥିବା ଷ୍ଟଲ ବେଶ୍ ଭିଡ ପରିଲିଖିତ ହେଉଛି

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.