Take a fresh look at your lifestyle.

ଡଙ୍ଗାପାଳ ଫୁଟବଲ ଖେଳ ପଡିଆ ରେ ୪ର୍ଥ ରାଜୀବଗାନ୍ଧି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ ହୋଇଯାଇଛି ।

0 10

ଢେଙ୍କାନାଳ:କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଂଚାୟତ ଡଙ୍ଗାପାଳ ଗ୍ରାମର ଡଙ୍ଗାପାଳ ଫୁଟବଲ ଖେଳ ପଡିଆ ଠାରେ ୪ର୍ଥ ରାଜୀବ ଗାନ୍ଧି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ବିଜେତା କାଠପାଳ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି କଙ୍କଡ଼ାହାଡ଼ ପଂଚାୟତ ସରପଞ୍ଚ ପ୍ରତିନିଧି ବିମଳ କୁମାର ସାହୁ ରନର୍ସ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଗ୍ରାମର ସଭାପତି ଅଭୟ କୁମାର ସିଂହ , ସମିତି ସଭ୍ୟ କବିବର ସିଂହ , ବିଜେଡ଼ି ଯୁବ ନେତା କମଳ ଲୋଚନ ସାହୁ, ଗିରିଶ ସିଂହ , ରାଜକିଶୋର ମହାନ୍ତ ଓ ଗ୍ରାମର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।।

- Advertisement -

Leave A Reply

Your email address will not be published.