Take a fresh look at your lifestyle.

ସାମ୍ବାଦିକ ମନ୍ଦିରକୁ ରାସ୍ତା ପାଇଁ ଜମି ଦେଲେ : ଜାତୀୟ ଦିବସ ରେ ସମ୍ବର୍ଦ୍ଧିତ ହେଲେ

0 26

Get real time updates directly on you device, subscribe now.

ଢେଙ୍କାନାଳ :ଜିଲ୍ଲା ର ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ବର ପୀଠରୁ ସହୀଦ ବୀର ବାଜିରାଉତ ଙ୍କ ଜନ୍ମ ପୀଠ କୁ ସଂଯୋଗ କରୁଥିବା ଭୁବନ ର ରିଙ୍ଗ ରୋଡ ର ସଂଯୋଗ ସ୍ଥଳୀ ରେ ନିହାତି ଆବଶ୍ୟକ ହେଉଥିବା ଜମି କୁ ମନ୍ଦିର କମିଟି କୁ ହସ୍ତାନ୍ତର କରାଯାଇଛି | ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ସାହୁ ନିଜେ ଜମି ଦେବା ସହ ଭାଗବତ ପୋଥାଳ ଓ ବାସୁଦେବ ଗୁରୁ ଙ୍କ କୈଳାଶ ବେହେରା ଙ୍କ ଠାରୁ ଜମି ଆଣିବାରେ ସଫଳ ହୋଇଛନ୍ତି | ସାଧାରଣ ତନ୍ତ୍ର ଦିବସରେ ଏହି ଜମି ଦାତା ମାନଂକୁ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ହଜାର ହଜାର ଜନତା ଙ୍କ ଉପସ୍ଥିତ ରେ ଉତ୍ତରୀୟପୁଷ୍ପଗୁଛଦେଇସମ୍ବର୍ଦ୍ଧନାପ୍ରଦାନକରିଛନ୍ତ|

ଏନେଇ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ସାହୁ ମତ ରଖନ୍ତି — ମନତଳର ଅବଦମିତ କୋହର ସଠିକ ସମୟରେ ପରିସ୍ପୁଟନ କରି ସମାଜରେ କ୍ରାନ୍ତି ଆଣିବାରେ ଗୁଣ୍ଡୁଚି ମୂଷାର କାମ କରିଛି … ମୋର ୨ ଗୁରୁଜନ ଭାଗବତ ପୋଥାଳ , ବାସୁଦେବ ଗୁରୁଙ୍କ ସହ ମୁଁ ପୂର୍ଣ୍ଣଚନ୍ଦ୍ର ସାହୁ ଆଜିଭଳି ପବିତ୍ର ଦିନରେ ଭୁବନର ପରେଡରେ ସମ୍ବର୍ଦ୍ଧିତ ହୋଇ ଥିବାରୁ ଭୁବନବାସୀ ଙ୍କ ନିକଟରେ ଋଣୀ.. ଏହି ଭଳି କାର୍ଯ୍ୟ କରିବାରେ 1999 ମହାବାତ୍ୟାର କରାଳ ଜଳଛବି ହିଁ ପ୍ରେରଣା ଯୋଗାଇଥିଲା | ସେଦିନ ର କୁଢ଼ କୁଢ଼ ଶବ ନିକଟରେ ବସି ଯାହା ବିଶ୍ଵନିୟନ୍ତା ଙ୍କୁ ପ୍ରାଥନା କରିଥିଲି ତାହା ଫଳରେ ଆଜି ସାମାଜିକ କର୍ମୀ ହୋଇପାରିଛି | ଯାହା ମୋ ବାପାମାଆଙ୍କ କୃପାରୁ ସମ୍ଭବ |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.