Take a fresh look at your lifestyle.

ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ସରସ୍ଵତୀ ପୂଜା – ଯୋଗ ଦେଲେ ଜିଲ୍ଲାପାଳ ଓ ଏସ.ପି

0 7

Get real time updates directly on you device, subscribe now.

ଢେଙ୍କାନାଳ: ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ସହ ବାଗ୍ଦେବୀ ସରସ୍ୱତୀଙ୍କ ପୂଜା ଗୋଟିଏ ଦିନରେ ହିଁ ପାଳିତ ହୋଇଥିଲା । ଏହି ଅବସରରେ ଅକ୍ଷମ କଲ୍ୟାଣ ସମିତି ଦ୍ୱାରା ପରିଚାଳିତ ସହରର କୁଟୁଣିଆ ପାହାଡ ପାଦଦେଶରେ ଅବସ୍ଥିତ “ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ’ର ଛାତ୍ରଛାତ୍ରୀଙ୍କ ସହ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଉଭୟ ସରସ୍ୱତୀ ପୂଜା ପାଳନ କରିଥିଲେ ।

ଛାତ୍ରଛାତ୍ରୀଗଣ ପୁଷ୍ପଗୁଚ୍ଛ ଦେଇ ଅତିଥିଙ୍କୁ ସ୍ୱାଗତ ଜଣାଇ ମା’ସରସ୍ୱତୀଙ୍କ ନିକଟକୁ ପାଛୋଟି ନେଇଥିଲେ । ମା’ଙ୍କ ଦର୍ଶନ ପରେ ସେଠାରେ ବିଛାଯାଇଥିବା ଦରି ଉପରେ ଜିଲ୍ଲାପାଳ ଓ ଏସ୍.ପି ବସିଯାଇ ପିଲାଙ୍କ ସହ ଫଟୋ ଉଠାଇଥିଲେ । ଦୃଷ୍ଟିହୀନ ବାଳିକାଙ୍କ ଭଜନ ପରିବେଷଣରେ ଉଭୟେ ମୁଗ୍ଧ ହୋଇଥିଲେ । ପିଲାଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜେ ଜିଲ୍ଲାପାଳ ଜଗନ୍ନାଥ ଜଣାଣ ଗାନ କରିଥିଲେ ।

ତାଙ୍କୁ ବିଦ୍ୟାଳୟର କଳା ଓ ସଙ୍ଗୀତ ଶିକ୍ଷକ ରତ୍ନାକର ପ୍ରଧାନ ହାରମୋନିୟମ୍ରେ ଏବଂ ତୃତୀୟ ଶ୍ରେଣୀର ଦୃଷ୍ଟିହୀନ ଛାତ୍ର ବାବୁ ପାତ୍ର ପଖଉଜରେ ସଙ୍ଗତ ଦେଇଥିଲେ । ସଭାପତି ଶ୍ରୀ ରଥ ଏହି ଭିନ୍ନକ୍ଷମ ବିଦ୍ୟାଳୟକୁ ସରକାରଙ୍କ ୫-ଟି ଯୋଜନା ଅଧିନକୁ ଆଣି ବିକଶିତ କରିବାକୁ ପ୍ରସ୍ତାବ ରଖିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ସଙ୍ଗୀତ ଶିକ୍ଷା ପାଇଁ ଏକ ଡୁବି-ତାବଲା ଯୋଗାଇଦେବାକୁ ଅନୁରୋଧ କରିଥିଲେ ।

ଏହି ଅନୁରୋଧକୁ ଜିଲ୍ଲାପାଳ ଗ୍ରହଣ କରିବା ସହ ସେ ନିଜେ ଏବଂ ଏସ୍.ପି. ଜ୍ଞାନରଞ୍ଜନ ବାବୁ ଉଭୟେ ନନ୍ଦିନୀ ଦେବୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଭିନ୍ନକ୍ଷମ ବିଦ୍ୟାଳୟର ଆଜୀବନ ପୃଷ୍ଠପୋଷକ ଓ ଶୁଭେଚ୍ଛୁ ଭାବେ ରହିବେ ବୋଲି ସମ୍ମତି ପ୍ରଦାନ କରିଥିଲେ । ଭିନ୍ନକ୍ଷମ ବିଦ୍ୟାଳୟର ଏହି ସରସ୍ୱତୀ ପୂଜୋତ୍ସବରେ ଅକ୍ଷମ କଲ୍ୟାଣ ସମିତିର ଉପସଭାନେତ୍ରୀ ପୂର୍ଣ୍ଣିମାଚାନ୍ଦ ସାହୁ, ସଭ୍ୟ ପ୍ରଦୀପ କୁମାର ଧଳ ଓ ଶରତ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ଏଥିରେ ସହଯୋଗ କରିଥିଲେ । ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲାପାଳ ଶ୍ରୀ ସେଠୀ ଓ ଏସ୍.ପି. ଶ୍ରୀ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ଓ ଜଳଖିଆ ପ୍ୟାକେଟ୍ ବଂଟନ କରିଥିଲେ ।ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ।

ଢେଙ୍କାନାଳ : ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳନ କରାଯାଇଛି । ସକାଳ ସାଢେ ୯ଟାରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୁ୍ୟମ୍ନ ରଥ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ କରି ଉଦ୍ବେଧନ ଦେଇଥିଲେ । ଭାରତବର୍ଷର ସ୍ୱାଧୀନତା ମିଳିବାରେ ଓଡିଆ ପୁଅ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଅଦ୍ଭୁତପୂର୍ବ ତ୍ୟାଗ, ପରାକ୍ରମ ଓ ବଳିଦାନର ସୂଚନା ଦେଇ ତାଙ୍କ ଆଦର୍ଶ ଆମ ସମସ୍ତଙ୍କର ଧ୍ୟେୟ ହେଉ ବୋଲି କହିଥିଲେ ।

ସଂପାଦକ ବିଶ୍ୱନାଥ ବେହେରା, ସଭ୍ୟ ପ୍ରଦୀପ କୁମାର ଧଳ, ବଧୀର ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷକ ରତ୍ନାକର ପ୍ରଧାନ, ଶରତ କୁମାର ନାଥ, ସରୋଜ ବାବୁ ଓ ପଣ୍ଡା ବାବୁଙ୍କ ସମେତ ବରିଷ୍ଠ କର୍ମଚାରୀ ବଳରାମ ସାହୁ ଓ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି ସମାରୋହରେ ଯୋଗଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ୍ ପ୍ୟାକେଟ୍ ସହ ଚକୋଲେଟ୍ ବଂଟନ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.