Take a fresh look at your lifestyle.

ଆଇଆଇଏମ୍‍ସିରେ ସାଧାରଣତନ୍ତ୍ର ଦିବସ ପାଳିତ

0 89

Get real time updates directly on you device, subscribe now.

ଢେଙ୍କାନାଳ: ଆଜିକାଲି ଅନେକଙ୍କ ମନରେ ଦେଶକୁ ନେଇ ନକାରାତ୍ମକ ମନୋଭାବ ଦେଖିବାକୁ ମିଳୁଛି । ଅଧିକାଂଶ ସମୟରେ ମନ ଭିତରକୁ ପ୍ରଥମେ ନକାରାତ୍ମକ କଥା ହିଁ ଆସୁଛି । ଅନ୍ୟକୁ ଦୋଷ ଦେବାରେ ଆମେ ତତ୍ପରତା ଦେଖାଉଛୁ । ହେଲେ ଏହା ଠିକ୍‍ ନୁହେଁ । ସମୃଦ୍ଧ ଦେଶ ଗଠନ ପାଇଁ ସକାରାତ୍ମକ ମନୋଭାବ ମଧ୍ୟ ଜରୁରୀ । ଏହା କହିଛନ୍ତି ଆଇଆଇଏମ୍‍ସି, ଢେଙ୍କାନାଳର ଇଂରାଜୀ ସାମ୍ବାଦିକତାର ଛାତ୍ର ଚିତ୍ରାଂଶ ସାକ୍ସେନା ।

ସେହିପରି ଛାତ୍ରୀ ମାନଭୀ କହିଛନ୍ତି, ପରିବର୍ତ୍ତନ ନିଜ ଆଡୁ ହେବା ଦରକାର । ସକାରାତ୍ମକ ମନୋଭାବ ହିଁ ଏ ପରିବର୍ତ୍ତନ ଆଣିପାରିବ । ଅନ୍ୟତମ ଛାତ୍ର ନାରାୟଣ କହିଛନ୍ତି, ଦିନେ ଅଧେ ନୁହେଁ, ବରଂ ସବୁଦିନ ଦେଶ କଥା ଚିନ୍ତା କରିବା ଦରକାର । ନିଜ ନିଜ କ୍ଷେତ୍ରରେ ନିଷ୍ଠାପର ଭାବେ କାର୍ଯ୍ୟ କରିଲେ, ଦେଶ ପ୍ରତି ନିଜ କର୍ତ୍ତବ୍ୟ ସଠିକ୍‍ ଭାବେ ପ୍ରତିପାଦନ ହୋଇପାରିବ । ଦେଶକୁ ନେଇ ଏମିତି ଅନେକ କଥା କହିଛନ୍ତି ଛାତ୍ରଛାତ୍ରୀ ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳରେ ପାଳିତ ହୋଇଛି ୭୪ତମ ସାଧାରଣତନ୍ତ୍ର ଦିବସ । ଦେଶକୁ ନେଇ ଏମିତି ଅନେକ କଥା କହିଛନ୍ତି ସଂସ୍ଥାନର ଛାତ୍ରଛାତ୍ରୀ ।ସକାଳେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଆଇଆଇଏମ୍‍ସିର ପ୍ରାୟ ସମସ୍ତ ଶିକ୍ଷାର୍ଥୀ ସକାରାତ୍ମକ ମନୋଭାବ ଉପରେ ଆଲୋକପାତ କରିଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏମିତି ସକାରାତ୍ମକ ମନୋଭାବ ଆସିବା ତଥା ସମ୍ଭାବନା ସଞ୍ଚାରିବା ନିଶ୍ଚିତ ଭାବେ ଏକ ଭଲ କଥା । କାରଣ, ଲୋକଙ୍କ ମନରେ ଯେଉଁ ରହିଛି ଯେ ଦେଶର କିଛି ବଦଳିବ ନାହିଁ ।

ସେମିତି ଦୁର୍ନୀତି ହେଉଥିବ । ସେମିତି ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଥିବ । ଏ ଧାରଣା ଠିକ୍‍ ନୁହେଁ । ଦେଶ ନିଶ୍ଚୟ ବଦଳୁଛି ଆଉ ବଦଳିବ ମଧ୍ୟ । ତେବେ ଏଥିପାଇଁ ନିଜ ଆଡୁ ପ୍ରଚେଷ୍ଟା ଜରୁରୀ ବୋଲି ସେ କହିଛନ୍ତି ।ସେହିପରି ଅପରାହ୍ଣରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି କବିତା ପାଠୋତ୍ସବ କାର୍ଯ୍ୟକ୍ରମ ‘ଶବ୍ଦାଞ୍ଜଳି’ । ଏଥିରେ ସଂସ୍ଥାନର ଛାତ୍ରଛାତ୍ରୀ ଦେଶ ଉପରେ କବିତା ପାଠ କରିଥିଲେ ।

ଦେଶାତ୍ମବୋଧ, ଦେଶ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ, ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ଅବଦାନକୁ କବିତା ମାଧ୍ୟମରେ ବଖାଣିଥିଲେ ଶିକ୍ଷାର୍ଥୀ । ପରେ ଲେଖକ ସଂସଦର ସଦସ୍ୟମାନେ ଗୋଟିଏ ପରେ ଗୋଟିଏ କବିତା ନେଇ ଆସିଥିଲେ । ପ୍ରାୟ ସବୁ କବିତା ଦେଶର ବିଭିନ୍ନ ଦିଗ ଉପରେ ପର୍ଯ୍ୟବସିତ ଥିଲା ।ଏହି କାର୍ଯ୍ୟକ୍ରମରେ ଲେଖକ ସଂସଦର ସଭାପତି ବସନ୍ତ ପଟ୍ଟନାୟକ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସଂସଦର ସଦସ୍ୟ ସୁକାନ୍ତି ସାହୁ ଓ ଦୀପ୍ତିମୟୀ ଲେଙ୍କା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.