Take a fresh look at your lifestyle.

ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ଗାଦିପୀଠ ମହିମାଗାଦି ସମାସ୍ୟା

0 280

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଭୁକ୍ତ ଯୋରନ୍ଦା ମହିମାଗାଦିପୀଠରେ ମହିମାଗାଦି ମଠ, ମନ୍ଦିର ଭଙ୍ଗା କାରଣରୁ ଅସନ୍ତୋଷ ବାତାବରଣ ସୃଷ୍ଟି ହେଉଥିବା କାରଣରୁ ଅଦ୍ୟ ମହିମାଗାଦି ମଠର ଅଂଚଳବାସୀ, ସାଧୁଭକ୍ତ, ମହିମା ସନ୍ୟାସୀ ଓ ଜନସାଧାରଣ ମହାମହିମ ରାଷ୍ଟ୍ରପତିଙ୍କୁ ଢେଙ୍କାନାଳ ଜିଲାପାଳଙ୍କ ଜରିଆରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ପ୍ରକାଶଥାଉକି, ବିଗତ ୬ ମାସ ହେଲା ମହିମାଗାଦିପୀଠରେ ମହିମାଗାଦି ମଠ, ମନ୍ଦିର ଭଙ୍ଗା କାରଣରୁ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ଢେଙ୍କାନାଳ ଜିଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନଙ୍କର ବାରମ୍ବାର ଚେଷ୍ଟା ସତ୍ୱେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ । ଆସନ୍ତା ଫେବୃଆରୀ ୪ ତାରିଖ ଦିନ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆରମ୍ଭ ହେବ । ଏହି ମେଳାରେ ସାରା ଓଡିଶା ତଥା ଭାରତର ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆରମ୍ଭ ହେବ ।

ଏହି ମେଳାରେ ସାରା ଓଡିଶା ତଥା ଭାରତର ବିଭିନ୍ନ ପ୍ରଦେଶ ଓ ଭାରତ ବାହାରୁ ବିଭିନ୍ନ ଦେଶରୁ ସାଧୁ, ଭକ୍ତ ଓ ପର୍ଯ୍ୟଟକ ଲକ୍ଷ ଲକ୍ଷ ସଂଖ୍ୟାରେ ଏକତ୍ର ହୋଇ ପ୍ରଭୁ ମହିମା ସ୍ୱାମୀଙ୍କୁ ପ୍ରାର୍ଥନା କରିଥାନ୍ତି । ଚଳିତ ବର୍ଷ ମହିମାଗାଦିରେ ଉପୁଜିଥିବା ସମସ୍ୟା ଯୋଗୁଁ ଏହି ବିଶ୍ୱପ୍ରସିଦ୍ଧ ମେଳା ଆଶା ଆଂଶଙ୍କା ମଧ୍ୟରେ ଅଛି ।

ମହିମାଗାଦି ତୃତୀୟ ବେଢା ମଧ୍ୟରେ ଥିବା ବତୀ ମନ୍ଦିର, ଧୂନୀ ମନ୍ଦିର ଓ ଭେକ ମନ୍ଦିର ଭାଙ୍ଗି ଦିଆଯାଇଥିବାରୁ ଏହି ଉପାସନାପୀଠ ପରିଚାଳନା କରୁଥିବା କୌପୀନଧାରୀ ମହିମା ସମାଜ ସନ୍ନାସୀମାନେ ଉପାସନା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିକଳ୍ପ ଉପାସନା ପୀଠ ବ୍ୟବସ୍ଥା କରାଯାଇନାହିଁ ।

ଏଠାରେ ସୂଚନା ଥାଉକି, ପ୍ରଭୁ ମହିମା ସ୍ୱାମୀଙ୍କ ନାମେ ରେକର୍ଡଭୁକ୍ତ ଏ୬୯.୩୩ଡେ. ଜାଗାରେ ୫୦% (ଆଠଅଣା)ର ଅଂଶୀଦାର ହେଉଛନ୍ତି କୌପୀନଧାରୀ ମହିମା ସମାଜ କିନ୍ତୁ ଜିଲା ପ୍ରଶାସନ କୌପୀନଧାରୀ ମହିମା ସମାଜ ସନ୍ନାସୀମାନଙ୍କ ଉପାସନା ପାଇଁ ସ୍ଥାନ ଯୋଗାଇବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରି ଅପମାନିତ କରୁଛନ୍ତି ।

ଫଳରେ ଲକ୍ଷ ଲକ୍ଷ ମହିମା ସାଧୁସନ୍ଥ, ଭକ୍ତ ଓ ଆଞ୍ଚଳିକ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତି କରୁଛନ୍ତି । ଏହାର ଆଶୁ ସମାଧାନ ପାଇଁ ଜିଲାପ୍ରଶାସନ, ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଲେ ଅଞ୍ଚଳବାସୀ ତଥା ସାଧୁସନ୍ଥ ଓ ଭକ୍ତମାନେ ସନ୍ତୋଷ ପ୍ରକଟ କରିବେ ବୋଲି ଜିଲାପାଳଙ୍କ ପାଖରେ ନିବେଦନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.