Take a fresh look at your lifestyle.

ଜାତୀୟ ସେବା ସଂସ୍ଥା (NSS) ର ଶୀତ କାଳୀନ ସ୍ୱତନ୍ତ୍ର ଶିବିର

0 14

 ଢେଙ୍କାନାଳ : ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇନ୍ଦିପୁର ର ଜାତୀୟ ସେବା ସଂସ୍ଥା (NSS) ର ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଉଦ୍ ଯାପନ ହୋଇ ଯାଇଛି। ତା ୧୯/୦୧/୨୦୨୩ ରିଖ ଠାରୁ ଆରମ୍ଭ ହୋଇ,ତା ୨୫/୦୧/୨୦୨୩ ରିଖ ପଯ୍ୟନ୍ତ ଚାଲିଥିବା ଏହି ଶିବିର ପାଇଁ ସ୍ଥାନୀୟ ବର୍ଷଘରିଆ ଗ୍ରାମ କୁ ପୋଷ୍ୟ ଗ୍ରାମ ଭାବରେ ନିଆଯାଇଥିଲା, ଏବଂ ସେଠାରେ ଅନୁଷ୍ଠାନ ର ୫୦ ଜଣ ଛାତ୍ର ଶିବିର ରେ ଯୋଗ ଦେଇଥିଲେ ।

ପ୍ରଥମ ଦିନ ଶିବିର କୁ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ରାଉତ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରି କହିଥିଲେ, ଛାତ୍ର ଜୀବନ ରୁ ସ୍ବେଛାସେବୀ ହେବାକୁ ପ୍ରୟାସ କରୁଥିବା ଛାତ୍ର ଟିଏ ନିଶ୍ଚିତ ଭାବରେ ଭବିଷ୍ୟତ ରେ ଭଲ ମଣିଷ ଟିଏ ହୋଇ ପାରିବା ସଙ୍ଗେ ସଙ୍ଗେ ଗୋଟିଏ ସୁସ୍ଥ ସମାଜ ଗଠନ ରେ ନିଜକୁ ଭାଗିଦାର କରିପାରିବ l ସମ୍ମାନିତ ଅତିଥି ଭାବରେ ପୂର୍ବତନ ସମିତି ସଭ୍ୟ ଭଗବାନ ସାହୂ, ପୋଷ୍ୟ ଗ୍ରାମ ର ପୂର୍ବତନ ସଭାପତି କ୍ଷୀରୋଦ କୁମାର ପଣ୍ଡା ଯୋଗଦେଇଥିଲେ l

ସର୍ବ ପ୍ରଥମେ ସ୍ବେଛାସେବୀ ମାନେ ପୋଷ୍ୟ ଗ୍ରାମରେ କୋଭିଡ ସଚେତନତା କାର୍ଯ୍ୟକ୍ରମରୁ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ,ନାରୀ ସଶକ୍ତିକରଣ, ବାଳିକା ମାନଙ୍କର ଶିକ୍ଷା , ବୃକ୍ଷ ରୋପଣ,ସ୍ବଚ୍ଛତା, ମତଦାତା ଦିବସ ଆଦି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ।

ଉଦ୍ ଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲଳିତା ସାହୁ ଏବଂ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସମରେନ୍ଦ୍ର ସିଂ ଯୋଗ ଦେଇ ଛାତ୍ର ମାନଙ୍କ କାର୍ଯ୍ୟ ର ଭୂୟସୀ ପ୍ରଶଂସା କରିଥିଲେ।ଶିବିର ର ସଂଯୋଜକ ଅଧ୍ୟାପକ ଦୁର୍ଗାମାଧବ ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଏହି ଶିବିର କୁ ,ଶ୍ରୀ ସୁଶୀଲ କୁମାର ନାୟକ, ଦେବୀପ୍ରସାଦ ପତି, ବିଭୁତି ଭୂଷଣ ସାହୂ, ରବିନାରାୟଣ ସାହୂ, ଓ ଦଣ୍ଡଧର ସାହୂ ଏହାକୁ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ।

- Advertisement -

Leave A Reply

Your email address will not be published.