Take a fresh look at your lifestyle.

ଢେଙ୍କାନାଳ ସଚେତନ ନାଗରିକ ଫୋରମ ଦ୍ୱାରା ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ତିରୋଧାନ ଦିବସ ପାଳିତ

ଯୋଗଦେଲେ ମାନ୍ୟବର ସାଂସଦ ଓ ଜିଲ୍ଲାପାଳ

0 13

Get real time updates directly on you device, subscribe now.

ଢେଙ୍କାନାଳ: ସଚେତନ ନାଗରିକ ଫୋରମ୍ ଦ୍ୱାରା ଆୟୋଜିତ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଫୋରମର କାର୍ଯ୍ୟକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇ ଯାଇଛି l

ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ ବଳରାମ ମନ୍ଦିର ପାଖ ସାରଙ୍ଗଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ବଳିଷ୍ଠ ନେତୃତ୍ୱକୁ ମନେପକାଇ ଢେଙ୍କାନାଳର ପ୍ରଥମ ସାଂସଦ ଭାବେ ଭୁୟସୀ ପ୍ରଶଂସା କରିଥିଲେ l

ସେହିପରି ଜିଲ୍ଲାପାଳ ସରୋଜ କୁମାର ସେଠୀ ମାଲ୍ୟାର୍ପଣ କରି କହିଥିଲେ ଯେ ସାରଙ୍ଗଧର ଦାସ ମେଧାବୀ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବାରୁ ବିଦେଶରେ ଅନେକ ବର୍ଷ ରହି ଚିନି କାରଖାନା ଉପରେ ଅଧ୍ୟୟନ କରି ଭାରତ ବର୍ଷରେ କାର୍ଯ୍ୟାନ୍ୱିତ କରିଥିଲେ l ଏବେ ମଧ୍ୟ ବମ୍ବେରେ ସାରଙ୍ଗଧର ଦାସଙ୍କ ନାମରେ ସୁଗାର ହାଉସ୍ ନାମିତ ଅଛି l

ଡିସିସି ପ୍ଲେ ସ୍କୁଲର ସଭାପତି ତଥା ବରିଷ୍ଠ ଆଇନଜୀବି ଦିପ୍ତୀଶ ପ୍ରସାଦ ପଟନାୟକ ସାରଙ୍ଗଧର ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଆମ ପ୍ରତିଭା ଆମ ସମ୍ମାନର ସଭାପତି ପ୍ରିୟରଞ୍ଜନ ମହାନ୍ତଙ୍କ ସହିତ ଅନେକ କାର୍ଯ୍ୟକର୍ତ୍ତା ଏବଂ ଢେଙ୍କାନାଳ ସଚେତନ ନାଗରିକ ଫୋରମର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ଫୋରମର ସମ୍ପାଦକ ଭରତ କୁମାର ଦାସ ଏବଂ ସହ ସମ୍ପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.