Take a fresh look at your lifestyle.

ମୋଦିଙ୍କ ଜନ୍ମଦିନ ଅବସରରେ ଢେଙ୍କାନାଳ ବିଜେପିର ସ୍ୱଚ୍ଛ ଭାରତ ଅଭିଯାନ

0 22

ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମ ଦିନ ଅବସରରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି “ସେବାପକ୍ଷ’ ପାଳନ କରିବା ପାଇଁ ନିଷ୍ପତି ନେଇଛି ।

ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ବିଜେପି ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଆଜି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା ।

ଏଥିରେ ପୂଜ୍ୟପୂଜା ତଥା ମହାପୁରୁଷମାନଙ୍କ ପ୍ରତିମୂର୍ତୀ ସ୍ଥାପନ ଥିବା ସ୍ଥାନଗୁଡିକୁ ସଫା କରିବା ସହିତ ପ୍ରତିମୂର୍ତୀଗୁଡିକୁ ସ୍ୱଚ୍ଛ ଜଳ ଓ କ୍ଷୀରରେ ସଫା କରାଯାଇ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ବିଷ୍ଣୁପ୍ରସାଦ ଲେଙ୍କା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ୍ ଯଶୋବନ୍ତ ମହିମା କାର୍ଯ୍ୟକର୍ତା ସାମିଲ୍ ଥିଲେ ।

ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ପୂର୍ବତନ ନଗର ସଭାପତି କ୍ଷୀରୋଦ କୁମାର ସାହୁ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ଉପସଭାପତି ଅରବିନ୍ଦ ପାଣ୍ଡେ, ରଞ୍ଜନ ସାହୁ, ସାଧାରଣ ସମ୍ପାଦକ ବିକାଶ ସାହୁ, ନଗରମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅଭିନାଷ ଜେନା, କୋଷାଧ୍ୟକ୍ଷ ରାଜେନ୍ଦ୍ର ପ୍ରଧାନ, ନଗର ମଣ୍ଡଳ ସଂଯୋଜକ ମାନସ ରଞ୍ଜନ ହୋତା, ସନ୍ତୋଷ ମିଶ୍ର, ପୂର୍ବତନ କାଉନ୍ସିଲର ଜ୍ଞାନଚନ୍ଦ୍ର ମିଶ୍ର, କାଉନ୍ସିଲର ଲକ୍ଷ୍ମୀପ୍ରିୟା ଦଳେଇ, ମମତା ସାହୁ, ସୁମିତ୍ରା ମଲ୍ଲିକ, ଅନିତା ମଲ୍ଲିକ, ବଳରାମ ସେଠୀ, ଆଇଟି ସେଲ୍ ସଂଯୋଜକ ସୁଚିତ୍ରା ବେହେରା, ରୁଦ୍ରନାରାୟଣ ତ୍ରିପାଠୀ, ସନ୍ତୋଷ ରାଉତ, ନିରଞ୍ଜନ ଦାସ, ନାଗାର୍ଜୁନ ପାତ୍ର, ପ୍ରଦୀପ ମଲ୍ଲିକ, ପ୍ରତାପ ସାହୁ, ଆର୍ତବନ୍ଧୁ ମଲ୍ଲିକ, କିମନ ମଲ୍ଲିକ, ପାଣ୍ଡବ ମହାପାତ୍ରଙ୍କ ସମେତ ବହୁ ବିଜେପି ଯୁବମୋର୍ଚ୍ଚା, କାର୍ଯ୍ୟକର୍ତା ସାମିଲ୍ ଥିଲେ ।

- Advertisement -

Leave A Reply

Your email address will not be published.