Take a fresh look at your lifestyle.

କୋରିଆଁ ମା ବ୍ରାହ୍ମଣୀ ଦେବୀ ବଜାରର ନୂତନ କର୍ମକର୍ତ୍ତା ଚୟନ

0 36

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ମାସ ୯ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ବଜାର ପ୍ରସ୍ତୁତ କାର୍ଯ୍ୟ ଯୋରସୋରରେ କରୁଛନ୍ତି ।

ସହରସ୍ଥ ୨୩ନମ୍ବର ୱ।ର୍ଡ଼ କୋରିଆଁ ସାହିର ମା ବ୍ରାହ୍ମଣୀ ଦେବୀ ବଜାରର ଚଳିତ ବର୍ଷ ନୂତନ କମିଟି ଗଠନ କରାଯାଇଛି। ସଭାପତି ଭାବେ ଯୁଗଳ ଚନ୍ଦ୍ର ନାୟକ ସାଧାରଣ ସଂପାଦକ  ଧୃବ ନାୟକ କୋଷାଧ୍ୟକ୍ଷ ବିକାଶ ସାହୁ ମନୋନୀତ ହୋଇଛନ୍ତି।

ସେହିଭଳି ଉପସଭାପତି  ସୁରେନ୍ଦ୍ର ମଲିକ,  ସଂପାଦକ ଶୋଦ୍ଭାରାମ ଯାଦବ, ଉପଦେଷ୍ଟା ରାକେଶ ସାହୁ, ପ୍ରଶନ୍ନ ସାହୁ ଓ ଅମାନୀ ସାହୁ ମନୋନିତ ହୋଇଛନ୍ତି। କମିଟି ସଭ୍ୟଭାବେ ହାଡ଼ିବନ୍ଧୁ ଓଝା, ପ୍ରକାଶ ଓଝା,ସନ୍ତୋସ ସାହୁ, ଶରତ ରାଉଳ, ମୁନା ରାଉଳ, ଅର୍ଜୁନ ପ୍ରଧାନ, ସୁବ୍ରତ ମଲିକ,ଆବିଷ୍କାର ମଲିକ, ବୃନ୍ଦାବନ ମଲିକ, ସନାତନ ସ୍ୱାଇଁ, ରମେଶ ମହାପାତ୍ର, କାର୍ତ୍ତୀକ ହେହୁରୀ, ପ୍ରହଲ୍ଲାଦ ଭୋଲ, ବିନୋଦ ପୃଷ୍ଟି ମନୋନୀତ ହୋଇଛନ୍ତି ।

ଏହି ସଭାକାର୍ଯ୍ୟ ଧୃବ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବଜାରରେ ୧୧ ବର୍ଷ ଧରି ପୂଜା ଅନୁଷ୍ଠିତ ହୋଇସାରିଛି। ଚଳିତବର୍ଷଠାରୁ ମିଳିତ ପୂଜା କମିଟି ସହିତ ମିଶିବା ପାଇଁ କମିଟିରେ ଆଲୋଚନା ପରେ ମିଳିତ ବଜାର ପୂଜା କମିଳିକୁ ଲିଖିତ ଆବେଦନ କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶେଷରେ ସୂଜିତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

- Advertisement -

Leave A Reply

Your email address will not be published.