Take a fresh look at your lifestyle.

ଶ୍ରମିକ କାର୍ଡରେ ମିଳୁ ନାହିଁ ସରକାରୀ ସହାୟତା! ଦୁଇ ବର୍ଷ ହେଲା ବିଛଣାରେ ଶ୍ରମିକ

0 7

Get real time updates directly on you device, subscribe now.

କାମାକ୍ଷାନରର ( ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଡଙ୍ଗାପାଳ ଗାଁରେ ଏକ ଦୁଃଖଦାୟକ ଚିତ୍ର ଦେଖିବାକୁ ମିଳିଛି। ଡଙ୍ଗାପାଳ ଗାଁର ଗୋଲେଖ ମହାନ୍ତଙ୍କ ୩୧ ବର୍ଷୀୟ ପୁଅ ଦେବବ୍ରତ ମହାନ୍ତ। ଦୁଇ ବର୍ଷ ତଳେ କାମ କରୁଥିବା ସମୟରେ ଖସି ପଡିବାରୁ ମେରୁଦଣ୍ଡ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲା।

ତାଙ୍କର ରୋଜଗାରରେ ସମ୍ପୂର୍ଣ୍ଣ ପରିବାର ଚଳେ। ଆହାତ କାରଣରୁ ଦୁଇ ବର୍ଷ ହେଲା ଘରକୁ ଟଙ୍କାଟିଏ ସେ ରୋଜଗାର କରି ଆଣି ପାରି ନାହାଁନ୍ତି। ଛୋଟ ଛୋଟ ଦୁଇ ସନ୍ତାନ ଓ ପରିବାର ଏବେ ବହୁତ ଦୁର୍ଦ୍ଦଶାରେ ସମୟ କାଟୁଛନ୍ତି।

ସେ ଜଣେ ପଞ୍ଜିକୃତ ଶ୍ରମିକ ହୋଇଥିଲା ବେଳେ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ମିଳି ପାରି ନଥିବା ସୂଚନା ମିଳିଛି। ପ୍ରଶାସନ ତାଙ୍କୁ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.