Take a fresh look at your lifestyle.

ରସାୟନ ବିଜ୍ଞାନର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ରହିଛି

ରସାୟନ ବିଭାଗର ସେମିନାର ଅନୁଷ୍ଠିତ

0 31

ଢେଙ୍କାନାଳ :ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରସାୟନ ବିଭାଗ ତରଫରୁ ବିଭାଗର ବାର୍ଷିକ ଉତ୍ସବ ଏବଂ ସେମିନାର ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ କୁମାରପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ନାଇଜରର ସହକାରୀ ପ୍ରଫେସର ଡା.ବିଷ୍ଣୁ ପ୍ରସାଦ ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହାମାରୀ ପରିବର୍ତ୍ତି ସମୟରେ ରସାୟନ ବିଜ୍ଞାନର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ରହିଛି ବୋଲି କହିଥିଲେ ।

ସମ୍ମାନୀତ ଅତିଥି ଭାବରେ ଡା.ଦେବରାଜ ପରିଡା ଯୋଗଦେଇ ଥିବା ବେଳେ ବିଭାଗିୟ ମୁଖ୍ୟ ଡା.ଦେବାଶିଷ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେମିନାର ଉପଦେଷ୍ଠା ସୌମ୍ୟାଶ୍ରୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସେମିନାର ସମ୍ପାଦକ ଶାଶ୍ୱତ କୁମାର ଦେହୁରୀ ବାଷିକ ବୀବରଣୀ ପାଠ କରିଥିଲେ ।

ଏହି ଅବସରରେ ପ୍ରାଚୀର ପତ୍ର ଆରୋମା ସେମିନାର ବୁଲେଟିନ ଦ କାଟାଲିଷ୍ଟ ଉନ୍ମୋଚିତ ହୋଇଥିଲା ।ଆରୋମ ର ଉପଦେଷ୍ଟା ଦୀପ୍ତିସ୍ମିତା ମହାରଣା ପ୍ରାଚୀର ପତ୍ରର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିବା ବେଳେ ସଂପାଦିକା ଛାତ୍ରୀ ରାମେଶ୍ୱରୀ ଗୁଇଁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ମୋ କଲେଜ ସହଭାଗିତାରେ ଆୟୋଜିତ ଏହି ଉତ୍ସବରେ ୧୯-୨୦ଓ ୨୦-୨୧ ଶିକ୍ଷା ବର୍ଷରେ ରାସାୟନ ବିଭାଗର ଛାତ୍ରୀ ଶକ୍ତି ସ୍ୱରୂପା ସାହୁ,ସାଦିୟା ନାଜଙ୍କୁ ସମ୍ମାନୀତ କରାଯାଇଥିଲା ।

  ଏହି ଉତ୍ସବରେ ରସାୟନ ବିଭାଗର କର୍ମକର୍ତ୍ତା ଭାବରେ ପବିତ୍ରବେହେରା,ସୌମ୍ୟରଞ୍ଜନ କର,ରୋଶନ ସାହୁ.ରାକେଶ କୁମାର ନାୟକ,ପବିତ୍ର ମହାନ୍ତି,ନରେଶ ବକ୍ସଙ୍କ ସହିତ ଶୁଭମ ସୁନ୍ଦର,ଶ୍ରୀହରୀ,ରୁଦ୍ରନାରାୟଣ,ବିଶ୍ୱଜିତ ,ବିଶ୍ୱ ବିଚିତ୍ରା ପ୍ରମୁଖ ସହଯୋଗ କରିଥିଲେ ।

- Advertisement -

Leave A Reply

Your email address will not be published.