Take a fresh look at your lifestyle.

ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ

0 13

Get real time updates directly on you device, subscribe now.

କୋଣାର୍କ:  ଜୁନ୍ ୨୧ ତାରିଖ ବିଶ୍ୱ ଯୋଗ ଦିବସର ଅବ୍ୟବେହୀତ ପୂର୍ବରୁ ଡାକ ବିଭାଗ ପୁରୀ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ପେଇଁ କାଉଣ୍ଟଡାଉନ ଡେ ଆରମ୍ଭ ହୋଇଛି । ଏହି ଆନ୍ତର୍ଜାତିକ ଯୋଗଦିବକୁ ଆଉ ୫୬ ଦିନ ବାକି ଥିବାବେଳେ ଡାକ ବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପାଳିତ ହୋଇଯାଇଛି କାଉଣ୍ଟଡାଉନ ଡେ ଯୋଗାଭ୍ୟାସ ।

ନୂଆଦିଲ୍ଲୀରୁ କାଉଣ୍ଟଡାଉନ ଡେ ଯୋଗାଭ୍ୟାସର ସିଧାପ୍ରଶାରଣକୁ ଦେଖି ସୂର୍ଯ୍ୟ ମନ୍ଦିର ପରିସରରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ସେଛାସେବୀ, ଡାକ କର୍ମଚାରୀମାନେ ଯୋଗାଭ୍ୟାସ କରିଥିଲେ । ଯୋଗାଚାର୍ଯ୍ୟ ବାବଦେବ ଆଳୁକ ଓ ଦୀପକ କୁମାର ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଯୋଗାଭ୍ୟାସ ଓ ଉପକାରୀତା ସମ୍ପର୍କରେ ସୂଚନା ଦେଇଥିଲେ ।

ଯୋଗାଭ୍ୟାସ ମଧ୍ୟରେ ଶାରୀରିକ, ମାନସିକ, ନୈତିକ ଏବଂ ଆଧ୍ୟାତ୍ମିକ ଜ୍ଞାନର ବିକାଶ ହୋଇପାରିବ । ସମଗ୍ର ବିଶ୍ୱରେ ମାନବ ସମାଜ ଆଜି ଭୋଗବାଦ ସଂସ୍କୃତିର ଦାସତ୍ୱ ସ୍ୱୀକାର କରିଛି । ଆଧୁନିକ ମଣିଷର ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସମୁନ୍ନତିର ପରାକାଷ୍ଠା ତାର ଭୋଗବାଦ ପିପାସାର ପରିପୁଷ୍ଟି ନିମନ୍ତେ ନିୟୋଜିତ ହୋଇଛି ।

ଫଳତଃ ମଣିଷର ନୈତିକ ଅଧୋପତନ ଘଟିଛି ଏବଂ ତା ଭିତରେ ଆସୁରିକ ପ୍ରବୃତ୍ତିର ପ୍ରାବଲ୍ୟ ଯୋଗୁଁ ସାମାଜିକ ବାତାବରଣ ଅଶାନ୍ତି, ହିଂସା, ଦ୍ୱେଷ ଓ ପରଶ୍ରୀକାତରତାରେ ପରିପୂର୍ଣ୍ଣ ହୋଇଛି । ଭୋଗବାଦ ସଂସ୍କୃତିର ତାଡନାରେ ମାନବ ସମାଜ ଏବେ ଭୀତତ୍ରସ୍ତ ହୋଇପଡିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଭାରତୀୟ ସଂସ୍କୃତିର ଅମୂଲ୍ୟ ରତ୍ନ ଯୋଗାଭ୍ୟାସ ହିଁଁ ମନୁଷ୍ୟର ମନ, ବୁଦ୍ଧି ଓ ଆତ୍ମାକୁ ଭୋଗବାଦର ଦାସତ୍ୱରୁ ମୁକ୍ତକରି ତାକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ସଂପନ୍ନ ଦେବାତ୍ମାର ପରିଚୟ ପ୍ରଦାନ କରିପାରିବ ବୋଲି ଯୋଗାଚାର୍ଯ୍ୟମାନେ କହିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ଆୟୁଶ ଡାକ୍ତର ବିଦୁଭୁଷଣ ନାୟକ, ଚମ୍ପାହାର ଅଗ୍ନିଶମ କେନ୍ଦ୍ରର ଅଧିକାରୀ ତୁଷାରକାନ୍ତି ପରିଜା, କୋଣାର୍କ ଏନଏସିର ଉପାଧ୍ୟକ୍ଷ ସୁରେଶ କୁମାର ରାଉତରାୟ ଓ କାଉନସିଲର ସମୟରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଓଡିଶା ଡାକବିଭାଗର ମୁଖ୍ୟ ଶୁଭେନ୍ଦୁ ସ୍ୱାଇଁ, ପୁରୀ ମଣ୍ଡଳର ମୁଖ୍ୟ ବିପିନ ବିହାରୀ ମହାନ୍ତି, ଡାକ ନିରୀକ୍ଷକ ନିମାପଡା ସବଡିଭିଜନ ସୁଭାଷିଷ ଆଚାର୍ଯ୍ୟ ଯୋଗ ଦେଇଥିଲେ । କୋଣାର୍କ ପୋଷ୍ଟ ମାଶ୍ଟର ଅରୁଣ କୁମାର କାଣ୍ଡିଙ୍କ ସମେତ ସମସ୍ତ ଡାକ କର୍ମିଚାରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.