Take a fresh look at your lifestyle.

ଜନ ପ୍ରତିନିଧି ଓ ସରକାରୀ ଅଧିକାରୀ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଆହ୍ୱାନ

ଢେଙ୍କାନାଳ ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକ

0 100

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ବୈଠକରେ ଅଧ୍ୟକ୍ଷତା କରି ଉନ୍ନତି ଓ ସାମଗ୍ରିକ ବିକାଶ ନିମନ୍ତେ ଗ୍ରାମାଞ୍ଚଳବାସୀ ଲୋକପ୍ରତିନିଧିମାନଙ୍କୁ ନିର୍ବାଚିତ କରିଛନ୍ତି । ତେଣୁ ଲୋକମାନଙ୍କର ସମସ୍ୟା ସମାଧାନ ଦିଗରେ ପ୍ରତିନିଧିମାନେ ସକରାତ୍ମକ ମନୋଭାବ ନେଇ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଆଗେଇ ଆସିବା ଆବଶ୍ୟକ । ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ ସମନ୍ୱୟ ରକ୍ଷା କରି ସମସ୍ତଙ୍କ ସହଯୋଗ ନେଇ ସମସ୍ତ କାର୍ଯ୍ୟ ସମାପନ କଲେ ଢେଙ୍କାନାଳ ଜିଲ୍ଲା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହୋଇପାରିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପୁହାଣ ଆଶାବ୍ୟକ୍ତ କରିଛନ୍ତି ।

ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ ଦିଗରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ବିଭାଗୀୟ ଅଧିକାରୀମାନେ ସହଯୋଗ କରିବାକୁ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପରାମର୍ଶ ଦେଇଛନ୍ତି । ବିକାଶ ଧାରାକୁ ତ୍ୱରାନ୍ୱିତ କରି ଜିଲ୍ଲାକୁ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ନେବାକୁ ସେ ଆହ୍ୱାନ ଦେଇଛନ୍ତି । ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ ଯୋଗଦେଇ ଦାୟିତ୍ୱବୋଧତାର ସହ ସେବା ମନୋବୃତ୍ତି ନେଇ କର୍ତ୍ତବ୍ୟ ସଂପାଦନ କରିବାକୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି । ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ କହିଥିଲେ, ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଚାଲିଥିବା କାର୍ଯ୍ୟକୁ ନେଇ କିଛି କୁଚକ୍ରାନ୍ତକାରୀ ମିଥ୍ୟା ଅପବାଦ ସୃଷ୍ଟି କରୁଛନ୍ତି ।

ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପର ଭିଡିଓ ଉତ୍ତୋଳନ କରି ପ୍ରକଳ୍ପ ବିଷୟରେ ମିଥ୍ୟା ତଥ୍ୟ ସୋସିଆଲ୍ ମିଡିଆରେ ପ୍ରଚାର କରୁଛନ୍ତି । ପଞ୍ଚାୟତ ନିର୍ବାଚନ ପରେ ଏହି ଗୁଜବକାରୀଙ୍କ ସଂଖ୍ୟା ବଢି ଚାଲିଛି । ଫଳରେ ଜିଲ୍ଲାର ଉନ୍ନତି ପଥରେ ବାଧା ସୃଷ୍ଟି ହେଉଛି । ଜିଲ୍ଲା ବଦ୍ନାମର ବୋଝ ମୁଣ୍ଡାଉଛି । ଏହି ବ୍ୟକ୍ତି ବିଶେଷମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ଏଥିସହ ଜିଲ୍ଲାରେ କରାଯାଉଥିବା ସମସ୍ତ କାର୍ଯ୍ୟ ଲୋକାଭିମୁଖୀ ହେବା ଆବଶ୍ୟକ ବୋଲି କହିଥିଲେ । ନିର୍ବାଚିତ ଜନ ପ୍ରତିନିଧିମାନେ ବିଭାଗୀୟ ଅଧିକାରୀ ଓ ଜନସାଧାରଣଙ୍କ ସହିତ ଯୋଗାଯୋଗ ରକ୍ଷା କରି ଉନ୍ନୟନ କାର୍ଯ୍ୟ ଜାରି ରଖିବାକୁ ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ ପରାମର୍ଶ ଦେଇଥିଲେ ।

ଅଧିକାରୀମାନେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ସହ ସମନ୍ୱୟ ରକ୍ଷା କରି ସେମାନଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଛନ୍ତି । ସେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ବିଷୟରେ ସୂଚନା ଦେଇ କହିଥିଲେ, ଜିଲ୍ଲାର ସମସ୍ତ ୨୧୨ଟି ପଞ୍ଚାୟତରେ ମଡେଲ ରୁରାଲ ପାର୍କ, ରୋଡ ଓ ପୋଖରୀ କରାଯିବ । ପଞ୍ଚାୟତର ଆୟ ବୃଦ୍ଧି ଓ ଆବଶ୍ୟକତା ପୂରଣ ନିମନ୍ତେ ବିଭିନ୍ନ ପ୍ରକଳ୍ପ/ଯୋଜନା ପ୍ରସ୍ତୁତ ହେବ ।

ଅମୃତ ଯୋଜନାରେ ଜିଲ୍ଲାରେ ୭୫ଟି ପୋଖରୀ ଖୋଳାଯିବ । ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ସାମାଜିକ ସୁରକ୍ଷା ଓ ହକି ଖେଳକୁ ପ୍ରୋତ୍ସାହନ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି । ବୈଠକରେ ଶିକ୍ଷାର ଗୁଣାତ୍ମକ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟୁତ୍ କରଣ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଯୋଗାଣ ଓ ଖାଦ୍ୟ ସୁରକ୍ଷା, ଆବାସ ଯୋଜନା, ବୃକ୍ଷରୋପଣ ଓ ବନୀକରଣ, କୃଷିର ଉନ୍ନତି ଆଦି ସଂପର୍କରେ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ ଆଲୋଚନା କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରଶାସନିକ ବ୍ୟୟ ଅଟକଳ ମୋଟ୍ ୨ କୋଟି ୧୫ ଲକ୍ଷ ୪୯ ହଜାର ୮୦୦ ଟଙ୍କା ବୈଠକରେ ଅନୁମୋଦିତ ହୋଇଥିଲା । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଜିଲ୍ଲାର ୨ ଲକ୍ଷ ୫୧ ହଜାର ୩୮୦ ପରିବାରର ୬ ଲକ୍ଷ ୧୨ ହଜାର ୧୭୯ ଜଣ ଶ୍ରମିକ ନାମ ପଞ୍ଜିକରଣ କରାଇଛନ୍ତି ।

୨୦୨୧-୨୨ ଆର୍ଥିକ ବର୍ଷରେ ୨୧୨୭୨.୦୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୬୭ ଲକ୍ଷ ୧୦ ହଜାର ୯୪୮ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୨୯୭୦୭.୪୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଜିଲ୍ଲାରେ ୭୫ ଲକ୍ଷ ୭୪ ହଜାର ୫୭୧ ଶ୍ରମ ଦିବସ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଚଳିତବର୍ଷ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଢେଙ୍କାନାଳ ଜିଲ୍ଲା ପାଇଁ ଅନାବଦ୍ଧ ରାଶି ବାବଦରେ ୧ କୋଟି ୭୬ ଲକ୍ଷ ୧୦ ହଜାର ୧୭୬ ଟଙ୍କା ମିଳିବାକୁ ଥିବାବେଳେ ଆବଦ୍ଧ ରାଶି ବାବଦରେ ୨ କୋଟି ୬୪ ଲକ୍ଷ ୧୫ ହଜାର ୨୮୦ ଟଙ୍କା ମିଳିବ । ସେହିପରି ଢେଙ୍କାନାଳ ଜିଲ୍ଲାକୁ ଡିଭୋଲ୍ୟୁସନ ଫଣ୍ଡ ବାବଦରେ ୨ କୋଟି ୩୩ ଲକ୍ଷ ୧୪ ହଜାର ୬୪୦ ଟଙ୍କା ମିଳିବାର ରହିଛି । ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀଙ୍କ ସମେତ ସମସ୍ତ ବ୍ଲକ୍ର ଅଧ୍ୟକ୍ଷ, ଅଧ୍ୟକ୍ଷା, ଲାଇନ୍ ଡିପାର୍ଟମେଣ୍ଟ୍ର ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ସରୋଜ କୁମାର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.