Take a fresh look at your lifestyle.

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

0 28

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାରୁଆଁ(ବି) ତରଫରୁ ଆୟୋଜିତ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି ।

ଅଧ୍ୟକ୍ଷ ରବି ନାରାୟଣସାହୁ ଙ୍କ ସଭାପତିତ୍ୱ ଓ ସଂଯୋଜକ ଲକ୍ଷବଚ୍ଚ କୁମାର ରାଉତ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଛାୟାକାନ୍ତ ବେହେରା, ମଧୁସୁଦନ ପ୍ରଧାନ, ପ୍ରତାପ କୁମାର ବାରିକ, ନୃସିଂହଚରଣବେହେରା, ମନୋଜ କୁମାର ସାହୁ, ଅଧ୍ୟାପିକା କନକଲତା ମହାକୁଡ ପ୍ରମୁଖ ଯୋଗଦେଇ ନାରୀଶକ୍ତି ରଉନ୍ନତି, ଦେଶର ପ୍ରଗତ ିସଂପର୍କରେ ବହୁ ତଥ୍ୟ ଏବଂ ସାରଗର୍ଭକ ଭାଷଣ ଦେଇଥିଲେ ।

ମାଷ୍ଟର ଟ୍ରେନର ଭାବେ ଅମ୍ରିତା ସାହୁ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦେଇଥିଲେ । ସମସ୍ତ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।

- Advertisement -

Leave A Reply

Your email address will not be published.