Take a fresh look at your lifestyle.

ସରସ୍ୱତୀ ଶିଶୁ ମନ୍ଦିର ର ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0 26

Get real time updates directly on you device, subscribe now.

ଭୁବନ : ଭୁବନ ସରସ୍ୱତୀ ଶିଶୁମନ୍ଦିରର ୨୯ ତମବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ପ୍ରଭାତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଧନା କଲେ ସିଦ୍ଧିମିଳେ, ନିଷ୍ଠା,ଏକାଗ୍ରତା ଜଣକୁ ସଫଳତାର ଶୀର୍ଷରେ ପହଁଚାଇ ଥାଏ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାରମିଶ ଲେ । ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଲତା ସାହୁ ବିବରଣୀ ପାଠମାଧ୍ୟମରେ ବିଦ୍ୟାଳୟର ସଫଳତା ଓ ସମସ୍ୟା ସଂପର୍କରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସଂପାଦକ ଜଗବନ୍ଧୁ ବିହାରୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । କୃତୀ ବିଦ୍ୟାର୍ଥୀମାନଙ୍କୁ ପୁରସ୍କାର ବିତରଣ କରାଯଇଥିଲା ଓ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯଇଥିଲା ।ସମସ୍ତ ଗୁରୁଜୀ,ଗୁରୁମା ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.