Take a fresh look at your lifestyle.

କବି,ଲେଖକ,ସାହିତ୍ୟିକ ମାନେ ସମାଜରେ ପରିବର୍ତନ  ଆଣିପାରିବେ’

‘ବ୍ରାହ୍ମଣୀ ସାହିତ୍ୟ ସଂସଦ’ ର ଶୁଭ ଉଦଘାଟନ‘

0 17

Get real time updates directly on you device, subscribe now.

ଭୁବନ  :ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର (ମଣିପୁର) ଶାସନ ଶିବମନ୍ଦିର ପ୍ରାଙ୍ଗଣରେ ‘ବ୍ରାହ୍ମଣୀ ସାହିତ୍ୟ ସଂସଦ’ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଉଦଘାଟକ ଭାବେ ଯୋଗଦେଇ  ପ୍ରଦୀପ ପ୍ରଜ୍ଜ୍ୱଳନ କରି ବେଦପାଠ ଓ ମନ୍ତ୍ର ଉଚ୍ଚାରଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଅନୁଷ୍ଠାନର ସଭାପତି ନାଟ୍ୟକାର ଶାନ୍ତନୁ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ରାଜ୍ୟ କଳା ସଂସ୍କୃତି ସଂଘ ର ଉପସଭାପତି ଅବନୀ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି, ଲେଖକ, ସାହିତ୍ୟିକ ,ସାରସ୍ୱତ ସାଧକ,ନାଟ୍ୟକାର , ଗାଳ୍ପିକ, ପ୍ରାବନ୍ଧିକ ମାନେ ହିଁ ସମାଜରେ ପରିବର୍ତନ ଆଣିପାରିବେ ଓ ସମାଜର ଅବକ୍ଷୟକୁ ରୋକି ପାରିବେ ବୋଲି ମତବ୍ୟକ୍ତ କରିବା ସହ ଅନୁଷ୍ଠାନର ଉତରୋତର ଉନ୍ନତି କାମନା କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଆର୍ଯ୍ୟରନô ଚକ୍ରଧର,ଅବସରପ୍ରାପ୍ତ ଅଧ୍ୟାପକ କ୍ଷୀରୋଦ ନାୟକ, ବ୍ୟଙ୍ଗକବି ଶତୃଘ୍ନ ମାଟି ପ୍ରମୁଖ ଯୋଗଦେଇଥିଲେ । ସାରସ୍ୱତ ଜଗତକୁ ବହୁମୂଲ୍ୟ ଅବଦାନ ପାଇଁ  କବୟିତ୍ରୀ ବିଳାସିନୀ ମିଶ୍ର , ପୁଷ୍ପାଞ୍ଜଳି ମିଶ୍ର  ଙ୍କୁ ମାନପତ୍ର ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯଇଥିଲା ।

ସଂସଦ ର ସଂପାଦକ ପ୍ରଶାନ୍ତ ଦ୍ୱିବେଦୀ ଙ୍କ ସଂଯୋଜନାରେ  ଅନୁଷ୍ଠିତ କବିତା ପାଠୋତ୍ସବରେ ଚିତ୍ରଶିଳ୍ପୀ ନାରାୟଣ ସାହୁ,କବି ଚିତ ରଂଜନ ମିଶ୍ର ,କବୟିତ୍ରୀ ବିଳାସିନୀ ପୃଷ୍ଟି ପ୍ରମୁଖ ପ୍ରାୟ ୫୦ ଜଣ କବି,କବୟିତ୍ରୀ ସ୍ୱରଚିତ କବିତା ପାଠୋତ୍ସବକରିଥିଲେ । ବିଭୂତି ଭୂଷଣ ଦ୍ୱିବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ଷୀରୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.