Take a fresh look at your lifestyle.

ଶିକ୍ଷା ସଚେତନତା ରଥ ଓ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ରଥ ଦ୍ୱୟର ଶୁଭ ଉଦ୍ଘାଟନ

0 26

Get real time updates directly on you device, subscribe now.

ଢେଙ୍କାନାଳ :  କୋମଳମତି  ଛାତ୍ରୀ / ଛାତ୍ରମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ତଥା ଉତ୍ତମ ଗୁଣବତ୍ତା ଶିକ୍ଷା, ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରତି ସଚେତନତା ବଢ଼ାଇବା ପାଇଁ ଆଜି ଶିକ୍ଷା ସଚେତନତା ରଥ ଓ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ରଥ ଢ଼େଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକରେ ଉଦଘାଟିତ ହୋଇଯାଇଛି। ସଦର ବ୍ଲକରେ ଏହି ରଥ ଦୁଇଟିକୁ  ଢ଼େଙ୍କାନାଳ ବିଧାୟକ  ସୁଧୀର କୁମାର ସାମଲ ଏବଂ ଢ଼େଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ  ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ନିବେଦିତା ପାଣି, ଢେଙ୍କାନାଳ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ,  ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।  ଶିକ୍ଷା ସଚେତନତା ରଥ ତା ୧୮ ରୁ ତା ୨୨ ପର୍ଯ୍ୟନ୍ତ  ୫ ଦିନ ଧରି ଓ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ରଥ ତା ତା ୧୮.୪.୨୨ ରୁ ୧୯.୪.୨୨ ପର୍ଯ୍ୟନ୍ତ ଦୁଇଦିନ ଧରି  ଜିଲ୍ଲାର ସମସ୍ତ ବିଦ୍ୟାଳୟ ତଥା ସହର ଉପକଣ୍ଠସ୍ଥ ବସ୍ତି  ଓ ଅପହଞ୍ଚ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ପହଞ୍ଚି  ଶିକ୍ଷା ସଚେତନତା ବାର୍ତ୍ତାର ପ୍ରଚାର ଓ ପ୍ରସାର କରିବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ବା ବିଦ୍ୟାଳୟକୁ ନିୟମିତ ଆସୁ ନ ଥିବା ଛାତ୍ର/ ଛାତ୍ରୀଙ୍କ ପିତା ମାତା ମାନଙ୍କ ସହିତ ଆଲୋଚନା ଓ ପରାମର୍ଶ କରି ସେମାନଙ୍କୁ ନିୟମିତ ବିଦ୍ୟାଳୟ ଆସିବାପାଇଁ ପ୍ରୋତ୍ସାହିତ କରାଯିବ।

ଏ ସଂକ୍ରାନ୍ତରେ ଜିଲ୍ଲାପାଳ ସମସ୍ତ ପିତା/ ମାତା ମାନଙ୍କୁ ଏକ ଅନୁରୋଧ ପତ୍ର ପ୍ରେରଣ କରିଛନ୍ତି। ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ପ୍ରକାର ଅଭିନବ ଯୁଗାନ୍ତକାରୀ ପଦକ୍ଷେପକୁ କାର୍ଯ୍ୟକାରୀ କରାଯାଇ ଥିବାରୁ ବିଦ୍ୟାଳୟ ମାନଙ୍କରେ ଶତ ପ୍ରତିଶତ ଛାତ୍ରୀ ଛାତ୍ର ମାନଙ୍କର ଉପସ୍ଥାନର ଲକ୍ଷ ହାସଲରେ ଏହା ଯେ ନିଶ୍ଚିତ ସହାୟତା ପ୍ରଦାନ କରିବ ଏହା ନିଃସନ୍ଦେହରେ ସ୍ବୀକାର୍ଯ୍ୟ ବୋଲି ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଦୃଢ଼ ମତପୋଷଣ କରିଛନ୍ତି।

ଏହାଦ୍ୱାରା ଶୀକ୍ଷାର୍ଥୀ, ପିତାମାତା ତଥା ଅଭିଭାବିକା, ଅଭିଭାବକ ଓ ଶିକ୍ଷୟିତ୍ରୀ, ଶିକ୍ଷକ ମାନଙ୍କର ତ୍ରିକୋଣୀୟ ସଂପର୍କର ସୁଦୃଢ଼ୀକରଣ ହେବା ସଂଗେ ସଂଗେ ଜିଲ୍ଲାପାଳଙ୍କ  ଅନୁରୋଧପତ୍ରର ମାଧ୍ୟମରେ ତଥା ଏହାର ପ୍ରଭାବରେ ମଧ୍ୟ କୋମଳମତି  ଶୀକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ତଥା ଉତ୍ତମ ଗୁଣବତ୍ତା ଶିକ୍ଷା, ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରତି ସଚେତନତା ବଢ଼ାଇବା ପାଇଁ ଆଜିର ଶିକ୍ଷା ସଚେତନତା ରଥ ଓ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ରଥ  ପ୍ରମୁଖ ଭୂମିକା ନିର୍ବାହ କରିପାରିବ ବୋଲି ଦୃଢ଼ ଅଶାପୋଷଣ କରିଛନ୍ତି।

ଏହାଦ୍ୱାରା ଅପହଞ୍ଚ ଇଲାକାରେ ଥିବା ପୁରପଲ୍ଲୀ,ସହର ଉପକଣ୍ଠସ୍ଥ ବସ୍ତି ମାନଙ୍କରେ ମଧ୍ୟ  ଶିକ୍ଷାର ସଚେତନତା ବାର୍ତ୍ତା  ପହଞ୍ଚି ପାରିବ ବୋଲି ଦୃଢ଼ ଆଶା ପୋଷଣ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ଉଦ୍ୟୋକ୍ତା ମାନଙ୍କୁ ଏଭଳି ଅଭିନବ ପ୍ରୟାସ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.