Take a fresh look at your lifestyle.

ଭୁବନ ରେ ଶ୍ରୀରାମ ନବମୀ ପାଳିତ: ଜୟ ଶ୍ରରାମ ନାରାବାଜିରେ ସହର କମ୍ପିଲା

0 16

Get real time updates directly on you device, subscribe now.

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଥିବା ଶ୍ରୀରାମମନ୍ଦିରରେ ମର୍ଯ୍ୟଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ନବମୀ ପୂଜା ଆଡମ୍ବର ଭାବେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ଯେଗୁ ଦୀର୍ଘ ୨ ବର୍ଷ ହେଲା ନିରାଡମ୍ବର ଭାବେ ପୂଜାହେଉଥିବାବେଳେ ଚଳିତଥର ଅତ୍ୟନ୍ତ ଶ୍ରଦ୍ଧାଭକ୍ତି ଓ ଆନନ୍ଦ ଉଲ୍ଲାସସହକାରେ ପାଳିତ ହୋଇଯାଇଛି ।

ପ୍ରାତଃ ସମୟରୁ ମାନସିକ ବ୍ରତଧାରୀ ମାନେ ବେଶ ଶୃଙ୍ଖଳିତ ଧାଡିରେ ଯାଇ ପୂଜା କରିଥିଲେ । ସଂଧ୍ୟାରେ ପ୍ରଥମ ଥର ପାଇଁ ବଜରଙ୍ଗ ଦଳ , ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଧିରେନ୍ଦ୍ର ପୃଷ୍ଟି, ମଳୟ ତ୍ରିପାଠି, ନିରଂଜନ ଗୁରୁ, ଦିଲ୍ଲୀପ ଦାସଙ୍କ ସହଯୋଗ ରେ ଶ୍ରୀରାମମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା ।

ରାମ ,ଲକ୍ଷ୍ମଣ ,ସୀତା ବେଶଧାରୀ ଶିଶୁମାନେ ମୁଖ୍ୟ ଆକର୍ଷଣ ସାଜିଥିଲେ । ଡିଜେ ସାଉଣ୍ଡ ସାଙ୍ଗକୁ କୀର୍ତନ ଓ ଜୟ ଶ୍ରୀରାମ ଜୟ ,ଶ୍ରୀରାମ ଧ୍ୱନିରେ ସହର କମ୍ପିଥିଲା ।

                                                  ଶ୍ରୀରାମ ନଗର ରେ ଦ୍ୱିତୀୟ ବାର୍ଷିକ ଶ୍ରୀରାମ ନବମୀ ପାଳିତ
ପବିତ୍ର ଶ୍ରୀରାମ ନବମୀ ଅବସରରେ ଭୁବନ ଏନଏସି ଅନ୍ତର୍ଗତ ୨ ନମ୍ବର ଓ ୩ ନମ୍ବର ୱାର୍ଡର ଆଂଶିକ ଅଂଚଳକୁ ନେଇ ଗଠିତ ଶ୍ରୀରାମ ନଗରରେ ଚଳିତବର୍ଷ ଦ୍ୱିତୀୟ ବାର୍ଷିକ ରାମନବମୀ ଉସôବ ମହାସମାରୋହ ରେ ପାଳିତ ହୋଇଯାଇଛି ।

ଶ୍ରୀରାମନଗର ପରିଚାଳନା ପରିଷଦ ତରଫରୁ ଅନୁଷ୍ଠିତ ପୂଜାରେ ହୃଷିକେଶ ସାହୁକର୍ତା ସାଜିଥିବା ବେଳେସଭାପତି ରୋହିତ କୁମାର ବେହେରା, ଉପସଭାପତି ବିଜୟ କୁମାର ପୋଥାଳ, ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ସହସମ୍ପାଦକ ନିରଂଜନ ସାହୁ ,କୋଷାଧ୍ୟକ୍ଷ ମନମୋହନ ସାହୁ ଙ୍କ ସମେତ ଧିରେନ କୁମାର ବେହେରା, ନ୍ଦ୍ରକାନ୍ତ ପୃଷ୍ଟି, ଦୁଷ୍ମନ୍ତ କୁମାର ଦାସ , ଅଲେଖଚନ୍ଦ୍ର ପାତ୍ର, ତରଣୀସେନ ମହାରଣା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।

ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ପୂର୍ବତନ ପୌରାଧ୍ୟକ୍ଷା କବିତା ବାରିକ ଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେଇଥିଲେ । ଶତାଧିକ ଶ୍ରଦ୍ଧାଳୁ ଭକ୍ତ ପୂଜାରେ ଯୋଗଦେଇ ସାମୁହିକ ପ୍ରସାଦସେବନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.