Take a fresh look at your lifestyle.

ଦୁର୍ଗାପ୍ରସାଦ ପରେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବୀ ଉଠିଲା

0 37

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ତହସିଲ ବେଲଟିକିରି ରାଜସ୍ୱ ସର୍କଲ ଅଧିନରେ ଥିବା ଦୁର୍ଗାପ୍ରସାଦ ଗ୍ରାମ ପରେ ଏବେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ନେଇ ଗ୍ରାମାବାସୀ ମାନେ ଜିଲାପାଳଙ୍କ ନିକଟରେ ଦାବୀ ଉଠାଇଛନ୍ତି ।

ଛଅବୋଲୁଅ ଗ୍ରାମଟି ଏକ ପଡା ଗ୍ରାମ ହୋଇଥିବା ବେଳେ ନାଗିଆପଶି ପଞ୍ଚାୟତ କୃଷ୍ଣକୁମାରପୁର ରାଜସ୍ୱ ଗ୍ରାମରେ ରହିଛି । କୃଷ୍ଣ କୁମାରପୁର ବୋଲି କୌଣସି ଗ୍ରାମ ନଥିବା ବେଳେ ଏହି ଗ୍ରାମ ନାମରେ ଛଣବୋଲୁଅ, ବିରାଡିଆ,ଆମ୍ବନାଳୀ,କାଦୁଆ ଗ୍ରାମ ରହିଛି । ଛଣବୋଲୁଅପଡା ଗ୍ରାମରେ ସରକାରଙ୍କ ଡାହିମାଳ-ଛଣବୋଲୁଅ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର,କନକେଶ୍ୱରୀ ମନ୍ଦିର ରହିଛି ।

ଗ୍ରାମରେ ୫ଶହ ଲୋକ ବସବାସ କରୁଥିବା ବେଳେ ମୂଳ ଗ୍ରାମଠାରୁ ଦୂରତା ଏବଂ ଲୋକସଂଖ୍ୟା ଦୃ୍ଷ୍ଟିରୁ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ଦାବୀ ହୋଇଛି । ପୂର୍ବରୁ ଦୁର୍ଗପ୍ରସାଦ ଗ୍ରାମବାସୀ ମାନେ ଅନେକବାର ଦରଖାସ୍ତ ଦେବା ପରେ କିଛି ନହେବାରୁ ରାଜସ୍ୱ ଗ୍ରାମ ଦାବ ିକରି ଗତ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ ଆନେ୍ଦାଳନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.