Take a fresh look at your lifestyle.

ମାନିନୀ ସାହୁ ଭୁବନ ଏନଏସି ଉପାଧ୍ୟକ୍ଷା ଭାବେ ନିର୍ବାଚିତ

0 49

Get real time updates directly on you device, subscribe now.

ଭୁବନ :ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଭୁବନ ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡର କାଉନସିଲର ମାନିନୀ ସାହୁ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ  ସାହୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୮ ନମ୍ବର ୱାର୍ଡର କାଉନସିଲର ସସ୍ମିତା ନାୟକ ବିଜେପି ଦଳରୁ ଉପାଧ୍ୟକ୍ଷା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।

ଉଭୟ ଦଳର ସମସ୍ତ (୧୫ ଜଣ) କାଉନସିଲର ଉପସ୍ଥିତ ରହି ଭୋଟ ଦେଇଥିଲେ । ମାନିନୀ ଙ୍କୁ ୮ଖଣ୍ଡ ଭୋଟ ମିଳିଥିବା ବେଳେ ସସ୍ମିତା ଙ୍କୁ ୭ ଖଣ୍ଡ ଭୋଟ ମିଳିଥିଲା । ବିଜେଡି ପ୍ରାର୍ଥୀନୀ ମାନିନୀ ୧ ଖଣ୍ଡ ଭୋଟରେ ନିର୍ବାଚିତ ହେଲେ ବୋଲି ନିର୍ବାଚନ ଅଧିକାରୀ ଡଃ ରୋଜାଲିନ ବେହେରା ଘୋଷଣା କରିଥିଲେ ।

ବିଜୟ ଘୋଷଣା ପରେ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ସମେତ ଦଳୀୟ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ନବ ନିର୍ବାଚିତା ଉପାଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଲୋକମାନେ ଯେଉଁ ଆଶା ଭରସା ଓ ବିଶ୍ୱାସ ରଖି ଆମମାନଙ୍କୁ ନିର୍ବାଚିତ କରିଛନ୍ତି ଓ ଗୁରୁ ଦାୟିତ୍ୱ ଦେଇଛନ୍ତି ,ଆମ୍ଭେମାନେ ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହିତ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ସମସ୍ତ କାଉନସିଲର ମାନଙ୍କୁ ଆହ୍ୱାନ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.