Take a fresh look at your lifestyle.

ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

0 20

କଙ୍କଡାହାଡ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗଡପଳାଶୁଣି ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନମେଳା ବ୍ଲକ ସ୍ତରୀୟ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦୬ଟି ପ୍ରକଳ୍ପ ଯୋଗଦାନ କରିଥିଲେ ବିଜ୍ଞାନମେଳା କଙ୍କଡାହାଡ ବ୍ଲକ ଗୋଷ୍ଠି ଉନୟନ୍ନ ଅଧିକାରୀଣୀ ବୁଲୁବୁଲୁ ବେହେରା ମୁଖ୍ୟା ଅତିଥି ଭେବେ ଯୋଗଦେଇ ବୈଜ୍ଞାନିକ ମାନଙ୍କୁ ପାଇଁ ଉଦବୋଧନ ପ୍ରେରଣା ଦେଇଥିଲେ।

ମହାବିରୋଡ଼ କଲେଜର ବିଜ୍ଞାନ ଅଧ୍ୟାପକ ବିଭୂପ୍ରସାଦ ଦାସ ମୁଖ୍ୟ ସ୍ୱତନ୍ତ୍ର ଅତିଥି କଙ୍କଡାହାଡ ବ୍ଲକର ଗୋଷ୍ଠୀଶିକ୍ଷା ଅଧିକାରୀ ହରିହର ଦେହୁରୀ। ସାମ୍ନାନୀତ ଅତିଥି ଦୁର୍ଯ୍ୟୋଧନ ବେହେରା ସ୍ଵାଗତ ସମ୍ବୋଧନ କରିଥିଲେ । ବ୍ଲକ ସହକାରୀ ପ୍ରଦୀପ୍ତ କୁମାର ଦାସ ପ୍ରଧାନ ଶିକ୍ଷକ ମହୁଚରଣ ସାହୁ ଉପସ୍ଥାପନ କରିଥିଲେ।

ରାମେଶ୍ୱର ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶକର୍ଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ବିଜ୍ଞାନମେଳା ଜିଲ୍ଲା ସ୍ତରୀୟ ୫ଟି ବିଦ୍ୟାଳୟ ଛାତ୍ର ଛାତ୍ରୀ ମନୋନୀତ ହୋଇଛନ୍ତି । ରାମେଶ୍ୱର ଉଚ୍ଚ ବିଦ୍ୟାଳୟ ର ତପସ୍ୱିନୀ ସାହୁ , ଚାନ୍ଦପୁର ଉଚ୍ଚ ବିଦ୍ୟାଳୟ ର ଭାଗିରଥି ସାହୁ , ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ  ଗଡପଳାଶୁଣି ର ଗାୟତ୍ରୀ ମହାନ୍ତି , ମକୁଆକାଟେଣୀ ଉଚ୍ଚ ବିଦ୍ୟାଳୟ ର ପୃଥ୍ୱୀରାଜ ସାହୁ ,  ସରକାରୀ ଉଚ୍ଚ ବିଦ୍ୟାଳୟ ର କେରଜୋଳି ର ଚିନ୍ମୟ ସେଠୀ  ମନୋନୀତ ହୋଇଛନ୍ତି ।

- Advertisement -

Leave A Reply

Your email address will not be published.