Take a fresh look at your lifestyle.

ଭୁବନରେ ବେଆଇନ ଜବରଦଖଲ ପ୍ରତି ଅଙ୍କୁଶ ନାହିଁ

0 54

Get real time updates directly on you device, subscribe now.

ଭୁବନ:  ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଚଳିତବର୍ଷ ୫୦ ତମବାର୍ଷିକ ଉତ୍ସବ ଅର୍ଥାତ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେଏହି କ୍ଷୁଦ୍ର ସହରଟି ବିଭାଗୀୟ ଅଧିକାରୀ ଙ୍କ ନିଷ୍କ୍ରିୟତା ଯୋଗୁ ମାଷ୍ଟର ପ୍ଲାନ ରୁ ବଂଚିତ ହୋଇଛି ।

ପର୍ଯ୍ୟାପ୍ତ ସରକାରୀଜାଗା ଜବରଦଖଲକାରୀଙ୍କ କବଳକୁ ଚାଲି ଯାଉଛି । ଦିନକୁ ଦିନ ସରକାରୀ ଜାଗା ପରିସୀମା ସଙ୍କୁଚିତ ହୋଇଯାଉଥିବାରୁ ନୂତନ ପ୍ରକଳ୍ପ ପାଇଁ ସ୍ଥାନ ଅଭାବ ମୁଖ୍ୟ ସମସ୍ୟା ପାଲଟିଛି ।ସହରର ମୁଖ୍ୟରାସ୍ତା ରେ ଜବରଦଖଲ ବୃଦ୍ଧି ପାଉଥିବା ଅଭିଯୋଗସତ୍ୱେ ବିଭାଗୀୟ ଅଧିକାରୀ ଏହାକୁ ନଜରଅନ୍ଦାଜ କରିଚାଲିଛନ୍ତି ।

ଭୁବନ ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ ଭୁବନ-କାମାକ୍ଷାନଗର ମୁଖ୍ୟରାସ୍ତାରେ ଡ୍ରେନ ଉପରେସ୍ଥାୟୀ ଗୃହ ଓ ଦୋକାନ ଘର ନିର୍ମାଣ ଚାଲିଥିବା ବେଳେଏଭଳି ବେଆଇନ ଜବରଦଖଲକୁ ତହସିଲଦାର ପ୍ରୋତ୍ସହନ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହି ବେଆଇନ ଜବରଦଖଲ ନିର୍ମାଣକାର୍ଯ୍ୟ ଆରମ୍ଭ ରୁ ରୀତିମତ ତହସିଲଦାରଙ୍କୁ ସୂଚନା ଦିଆଯିବା ସହକାର୍ଯ୍ୟର ଅଗ୍ରଗତି ଫଟୋ ମଧ୍ୟ ଦିଆଯାଇଥିଲା । ଏସବୁବାଦ ତହସିଲଦାର କୌଣସି ପଦକ୍ଷେପ ନେଇନାହାଁନ୍ତି ।

ଏଠାରେ ନୂଆକରି ଯେଗଦେଇଥିବା ତହସିଲଦାର ଡଃରୋଜାଲିନ ବେହେରା ସର୍ବଦା ଗଣମାଧ୍ୟମ ପ୍ରତିନିଧିଙ୍କୁ ଉପେକ୍ଷା କରିବା, ଫୋନ ରିସିଭ ନକରିବା, କୌଣସି ସୂଚନା ନେଦେବାକୁ ନେ ଇଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରାଯାଇ ଥିଲେ ମଧ୍ୟ ଅଦ୍ୟାବଧି କୌଣସିସୁଫଳମିଳିନାହିଁ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.