Take a fresh look at your lifestyle.

ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ କନିଷ୍ଠ କିରାଣୀ

ଶିକ୍ଷୟିତ୍ରୀ ଙ୍କ ମେଡିସିନ ବିଲ୍ ପାସ ପାଇଁ  ୫ ହଜାର ଟଙ୍କା ନେଉଥିଲେ

0 14

Get real time updates directly on you device, subscribe now.

ଭୁବନ: ଭୁବନ ଗୋଷ୍ଠୀଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟର ଜନୈକ କନିଷ୍ଠ କିରାଣୀ ବିଭୁ ପ୍ରସାଦ ବେହେରା ଜଣେ ଶିକ୍ଷୟିତ୍ରୀଙ୍କର ମେଡିସିନ ବିଲ୍ ପାସକରାଇ ଦେବା  ପାଇଁ  ୫ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସହାତରେ ଧରାପଡିବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚା ଓ ଆଲୋଚନାର ବିଷୟ ହୋଇଛି ।

ପ୍ରାପ୍ତଖବରରୁ ପ୍ରକାଶ ଯେ ,ଭୁବନ ଏନଏସି ଅନ୍ତର୍ଗତଭିତରଦିଗ ପଟଣା ଉପ୍ରା ବିଦ୍ୟାଳୟରସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିତ୍ରା ହୋତା ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚକରି ସୁଦୂର ବାଙ୍ଗାଲୋର ରେ ଗତ ୨୦୧୮ ମସିହାରେ ତାଙ୍କରବ୍ରେନ ଟ୍ୟୁମର ଅପରେଶନ କରାଇଥିଲେ । ସଂପୂର୍ଣ୍ଣ ସୁସ୍ଥହେବା ପରେ ଶ୍ରୀମତୀ ହୋତା ପୁନଶ୍ଚ କାର୍ଯ୍ୟରେ ଯୋଗ ଦେଇଥିଲେ ।

ସରକାରଙ୍କ ତରଫରୁ ସାହାଯ୍ୟ ମିଳୁଥିବା ଜାଣି ସେ ମାତ୍ର ୧ ଲକ୍ଷ ୧୦ ହଜାର ଟଙ୍କାର ମେଡିସିନ ବିଲ ପାଇବାକୁ ଗତ ଅକ୍ଟୋବର ୨୦୨୧ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ପ୍ରାୟ ୧୫/୨୦ ଥର ଧାଁ ଦଉଡ କଲାପରେ ଗତ ମାର୍ଚ୍ଚ ୨୦୨୨ ରେମାତ୍ର ୨୭ ହଜାର ଟଙ୍କାର ବିଲ ହୋଇଥିଲା  ।

ଏହିବିଲ ପାସ କରାଇବାକୁ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗଣେଶ୍ୱର ପୃଷ୍ଟି ୫ ହଜାର ଟଙ୍କା ଦାବି କରିଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ହୋତା ଅନିଚ୍ଛା ସତ୍ୱେ ଟଙ୍କା ଦେବାକୁ ରାଜି ହେବାରୁ କନିଷ୍ଠକିରାଣୀ ବିଭୁ ପ୍ରସାଦ ବେହେରାଙ୍କୁ ଦେବାକୁ କହିଥିଲେ ବରିଷ୍ଠକିରାଣୀ । ବିଭୁଙ୍କୁ ଯୋଗାଯୋଗ କରିବାରୁ ସେ ଅତ୍ୟନ୍ତ ଅଭଦ୍ର ଓ ରୁକ୍ଷ ବ୍ୟବହାର କରିଥିଲେ ।

ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଶିକ୍ଷୟିତ୍ରୀ ଶ୍ରୀମତୀ ହୋତାଙ୍କ ସ୍ୱାମୀ ବିଶିଷ୍ଟ ସମାଜସେବୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ ଜଗବନ୍ଧୁ ଜରାଶ୍ରମ ’ ର ସଂପାଦକ ଆଶୁତୋଷ ମିଶ୍ର କଟକ ସ୍ଥିତଭିଜିଲାନ୍ସ ଏସ.ପି ଅକ୍ଷୟ କୁମାର ମିଶ୍ର ଙ୍କ ସହଯୋଗାଯୋଗ କରିଥିଲେ । ଏସ.ପି ଙ୍କ ନିଦେ୍ର୍ଦଶକ୍ରମେ ଢେଙ୍କାନାଳ ଭିଜିଲାନ୍ସ ଇନିସପେକ୍ଟର ଅନିରୁଦ୍ଧ ନାୟକ ସଦଳବଳେ ଆଜିଭୁବନ ଆସି ଜାଲ ବିଛାଇଥିଲେ ।

ମଧ୍ୟାହ୍ନ ୧୨.୪୦ ମିନିଟ ସମୟରେ ଶ୍ରୀମତୀ ହୋତା ପଇସା ନେବାକୁ କନିଷ୍ଠକିରାଣୀ ଙ୍କୁଡାକିବାରୁ ସେ ଅଫିସବାହାରକୁ ଆସିଶିକ୍ଷୟିତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ନେଉ ଥିବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସଟିମ୍ କିରାଣୀଙ୍କୁ କାବୁକରିଥିଲେ ।

ସଂପୃକ୍ତ କିରାଣୀ ଙ୍କ ଘର ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବରଦା ଗ୍ରାମରେ ବୋଲି ଜଣାପଡିଛି ।  ପରେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଫିସକୁ ଯାଇ ବିଭିନ୍ନ ଫାଇଲ ପତ୍ର ତନଖି କରିଥିଲେ ଓ କନିଷ୍ଠ କିରାଣୀଙ୍କୁ ସଙ୍ଗରେ ନେଇ ଯାଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.