Take a fresh look at your lifestyle.

ଗଁନ୍ଦିଆ ବ୍ଲକ ରେ ବିଜେପି ର ଜନ ଆକ୍ରୋଶ ଶୋଭାଯାତ୍ରା ଓ ବ୍ଲକ ଘେରାଉ

0 20

ଗଁନ୍ଦିଆ ୨୧/୧୧ – ଢ଼େଙ୍କାନାଳ ବିଜେପି ପକ୍ଷରୁ ଆଜି ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକରେ ଜନ ଆକ୍ରୋଶ ଶୋଭାଯାତ୍ରା ଓ ବ୍ଲକ ଘେରାଉ ପ୍ରଦର୍ଶନ କରାଯାଇଛି।

ପ୍ରାୟ ୩ହଜାର ରୁ ଉର୍ଦ୍ଧ ନେତା ଓ କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଦଳ ପକ୍ଷରୁ ସମସ୍ତେ ଗଁନ୍ଦିଆ କଲେଜ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ଲକ ଅଫିସ ପର୍ଯ୍ୟନ୍ତ ଆସିଥିଲା।

ପରେ ସେଠାରେ ଆୟୋଜିତ ସାଧାରଣ ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାମଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା, ସଂସଦୀୟ କ୍ଷେତ୍ର ସଂଯୋଜକ ପ୍ରେମାନନ୍ଦ ଜେନା , ଜିଲ୍ଲା ସାଧାରଣ ସମ୍ପାଦକ ରତିକାନ୍ତ ସାହୁ,ଯୁବମୋର୍ଚ୍ଚା ସଭାପତି ଏମ ଜେ ମହିମା, ସମସ୍ତ ମଣ୍ଡଳ ସଭାପତି,ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ଆଦି ପ୍ରମୁଖ ଯୋଗ ଦେଇଥିଲେ।ପୂର୍ବତନ ବିଧାୟକ ଶ୍ରୀ ପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ ନେତା।

ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ପ୍ରଧାମନ୍ତ୍ରୀ ଆବାସ ଯୋଜନା ବାର୍ଦ୍ଧକ୍ୟ ଭତ୍ତା, ଚୋରା ଖଣିଖାଦାନ ଆଦି ସବୁ କ୍ଷେତ୍ରରେ ବାଟମାରଣା ଓ ଲାଞ୍ଚ କାରବାର ଚାଲିଥିବା ବେଳେ ସରକାର ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଥିଲେ ବିଜେପି ନେତା।ପରେ ବିଭିନ୍ନ ଯୋଜନାରେ ଚାଲିଥିବା ହରି ଲୁଟ୍ କୁ ନେଇ ରାଜ୍ୟପାଳଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଗଁନ୍ଦିଆ ବିଡିଓ ପବିତ୍ର ବେହେରା ଙ୍କୁ ପ୍ରଦାନ କରଯାଇଥିଲା।

- Advertisement -

Leave A Reply

Your email address will not be published.