Take a fresh look at your lifestyle.

ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ଙ୍କ ପିତା ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ଦିବସୀୟ ସଚେତନତା ଶିବିର

0 6

ଢେଙ୍କାନାଳ : ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଗଁଦିଆ ବ୍ଳକ ର ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜୁଲାଇ ମାସ ସତେଇଶି ତାରିଖ ପୂର୍ବାହ୍ନ ରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ପିତା ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିର କୁ‌‌ ଆନୁଷ୍ଠାନିକ ଭାବେ ଉଦଘାଟନ କରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ସାହୁ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଆବଶ୍ୟକତା କୁ‌ ଉପଲବ୍ଧି କରି ଶିକ୍ଷା ପ୍ରଦାନ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ।

ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ର ପେଡାଗୋଜିକୋଅର୍ଡିନେଟର ଶ୍ରୀମତୀ ଶୁଭଲକ୍ଷ୍ମୀ ସାହୁ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବି,ଆର୍,ଟି ବିଜୟ କୁମାର ସ୍ବାଇଁ ଓ ପ୍ରକାଶ ଚନ୍ଦ୍ର ‌ରାଉତ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରୁଥୀରାଜ ନାୟକ, ସଂଯୋଜିକା ଶ୍ରୀମତୀ ବାସନ୍ତୀ ସାହୁ ଉପସ୍ଥିତ ହୋଇ ଆଲୋଚନା କରିଥିଲେ ଓ‌‌ ତାଲିମ ପ୍ରଦାନ କରିଥିଲେ।ଚଉବନ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

- Advertisement -

Leave A Reply

Your email address will not be published.